ନବୀନ ଲେଖିଲେ ମୋଦି ଙ୍କୁ ଚିଠି: ତିଟିଲି ପାଇଁ ହଜାର କୋଟି ପଠାଓ

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଙ୍କୁ ଟିତିଲି ର କ୍ଷୟକ୍ଷତି ବର୍ଣ୍ଣନା କରି ଚିଠି ଲେଖିଛନ୍ତି। ନବୀନ ସେଥିରେ ଉଲ୍ଲେଖ କରିଛନ୍ତି ଯେ ତିତିଲୀ ପାଇଁ ଓଡ଼ିଶା ରେ ୨୭୭୦.୮୦ କୋଟି ର କ୍ଷୟ କ୍ଷତି ହୋଇଛି।୧୭ ଟି ଜିଲ୍ଲା ର ପ୍ରାୟ ୬୦ ଲକ୍ଷ ଲୋକ ଏହି ବାତ୍ୟା ପାଇଁ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି।

ପାଖା ପାଖି ୫୭୦୦୦ ଲୋକ ନିଜର ଘର ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଫସଲ ହାନି ଘଟୁଛି ବୋଲି ଦର୍ଶାଇଛନ୍ତି ସେ। ଏନ୍ ଡି ଆର୍ ଏଫ୍ ପାଣ୍ଠି ରୁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଛି।

ଏହି ସବୁକୁ ଦୃଷ୍ଟି ରେ ରଖି ଯେତେ ଶୀଘ୍ର ସମ୍ଭବ ଏକ ହଜାର କୋଟି ର ସହାୟତା ଓଡ଼ିଶା କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଙ୍କୁ ଅବଗତ କରାଇଛନ୍ତି ନବୀନ।

Leave a Reply

Your email address will not be published. Required fields are marked *