ପେଟ୍ରୋଲ ପରେ ପରେ ଏବେ ରନ୍ଧନ ଗ୍ୟାସ୍ ର ମୂଲ୍ୟ ବୃଦ୍ଧି

ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି ଏବେ ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।କାରଣ ଆଜି ସରକାର ଉଭୟ ରିହାତି ଓ ଅଣ ରିହାତି ମୁଲ୍ୟରେ ବୃଦ୍ଧି ଘଟାଇଛନ୍ତି।ଏହାଫଳରେ ବଜାରରେ ରନ୍ଧନ ଗ୍ୟାସ ମାହାଙ୍ଗା ହୋଇଛି।

ଫଳରେ ଏଲପିଜି ରିହାତି ସିଲିଣ୍ଡର ପିଛା (୧୪.୨କେଜି) ମୂଲ୍ୟ ୨ ଟଙ୍କା ୯୪ ପଇସା ଏବଂ ଅଣ- ରିହାତି ସିଲିଣ୍ଡର ଦାମ୍ ୬୦ ଟଙ୍କା ବୃଦ୍ଧି ଘଟିଛି।ଏଥିଯୋଗୁଁ ରାଜଧାନୀ ଦିଲ୍ଲୀରେ ରିହାତି ସିଲିଣ୍ଡର୍ ପିଛା ମୁଲ୍ୟରେ ୨ ଟଙ୍କା ୯୪ ପଇସା ବୃଦ୍ଧି ଘଟି ୫୦୫ ଟଙ୍କା ୩୪ ପଇସାରେ ପହଞ୍ଚିଛି।ଚଳିତବର୍ଷ ଜୁନ୍ ଠାରୁ ଏଲପିଜି ସିଲିଣ୍ଡର୍ ମୁଲ୍ୟରେ ଏହା ଷଷ୍ଠ ବୃଦ୍ଧି।

ଏହା ୬ ଥରରେ ଏଲପିଜି ସିଲିଣ୍ଡର ପିଛା ମୁଲ୍ୟରେ ୧୪ ଟଙ୍କା ୧୩ ପଇସା ବୃଦ୍ଧି ଘଟିଛି।ନୂଆ ଦର୍ ଗୁରୁବାର ଠାରୁ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *