କାର୍ତ୍ତିକ ମାସ ର ପଂଚୁକ ତିଥି ରେ ତୁଳସୀ ଗଛ ଆଗରେ କହି ଦିଅନ୍ତୁ ଏହି ମନ୍ତ୍ର

ବର୍ତମାନ କାର୍ତ୍ତିକ ମାସର ଆରମ୍ଭ ହୋଇଗଲାଣି।ଯାହାକି ଧର୍ମର ମାସ ବୋଲି ଆମେ ମାନେ ଜାଣିଛେ।ଓ ତା ସହିତ ଆଗକୁ ପଂଚୁକ ଆସୁଅଛି।କାର୍ତ୍ତିକ ମାସରେ ଭଗବାନ୍ ବିଷ୍ଣୁ ଜାଗ୍ରତ ହୋଇଥାନ୍ତି।ଓ ନିଜର ଆନନ୍ଦ ରୁପି କୃପା ବର୍ଷା ଆମ ଉପରେ କରୁଥାନ୍ତି।ଓ ଏପରି ମାନ୍ୟତା ବି ରହିଛି କି ମା ଲକ୍ଷ୍ମୀ କାର୍ତ୍ତିକ ମାସରେ ପୃଥିବୀ ଭ୍ରମଣ କରିଥାନ୍ତି।

ଆପଣ ପୂର୍ଣ୍ଣିମାରେ ଅମାବାସ୍ୟାରେ ସବୁବେଳେ ତୁଳସୀ ଙ୍କ ପୂଜା କରିଥାନ୍ତି।ଦୀପ ଜଳାଇଥାନ୍ତି ଓ ଅନେକ ପ୍ରକାର ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି।ପରନ୍ତୁ ଯଦି ଆପଣ ମା ତୁଳସୀ ଙ୍କ ପୂଜା ସହିତ ନିଜର ମନୋକାମନାର ପୂର୍ତ୍ତି ଚାହୁଁଛନ୍ତି ତେବେ କାର୍ତ୍ତିକ ମାସର ଯେ କୌଣସି ବି ଦିନରେ ଗୋଟିଏ ତୁଳସୀର ଗଛଟିଏ ଅବଶ୍ୟ ଲଗାନ୍ତୁ।

ଏହି ମାସରେ ଯଦି ଆପଣ ତୁଳସୀର ଗଛଟିଏ ଲଗାଇଥାନ୍ତି ତେବେ ଭଗବାନ୍ ବିଷ୍ଣୁଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ତା ସହିତ ମା ଲକ୍ଷ୍ମୀ ବି ଆପଣଙ୍କ ଉପରେ କୃପା ବର୍ଷା କରିଥାନ୍ତି।ଯଦି ଆପଣଙ୍କ ଗୃହରେ ତୁଳସୀର ଗଛଟିଏ ଅବଶ୍ୟ ରହିଛି ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଆପଣ ମାଟିର ଦୀପଟିଏ ଶୁଦ୍ଧ ଘିଅରେ ଅବଶ୍ୟ ଜଳାନ୍ତୁ ଓ ତା ସହିତ

” ଓଁ ନମଃ ଭଗବତେ ବାସୁଦେବାୟ”

ଏହି ମନ୍ତ୍ର ପ୍ରତ୍ୟେକ ଦିନ ଅତି କମ୍ ରେ ୧୦୮ ଥର ଜପ କରନ୍ତୁ।ଯେଉଁମାନେ ଆଜିଠାରୁ ଆରମ୍ଭ କରିବେ ସେମାନଙ୍କ ପାଇଁ ଲାଭକାରୀ ରହିବ।କିନ୍ତୁ ଯଦି ଆପଣ ଚିନ୍ତା କରନ୍ତି କି କାର୍ତ୍ତିକ ମାସର ଅଧା ସମୟ ଚାଲିଗଲାଣି ତେବେ ବି ଚିନ୍ତା କରିବାର କୌଣସି କାରଣ ନାହିଁ।ଆଗକୁ ନଭେମ୍ୱର ୧୯ ତାରିଖ ସୋମବାର ଦିନଠାରୁ ବି ଆପଣ କରିପାରିବେ।

Leave a Reply

Your email address will not be published. Required fields are marked *