ଶଗଡ଼ ବଦଳରେ ଏସି କାର ରେ ରାତିରେ ବୁଲି ଦାରୁ ଚିହ୍ନଟ କରିଥିଲେ ,ଗୋଟିଏ ଜାଗାରେ କିପରି ମିଳିଲା ତିନୋଟି ଦାରୁ ??

ଜଗତର ନାଥ ଜଗନ୍ନାଥ ଙ୍କ ନବକଳେବର ରେ ବ୍ରହ୍ମ ବିଭ୍ରାଟ ସହିତ ଦାରୁ ଚୟନ ରେ ବିଭ୍ରାଟ ହେଇଥିଲା ଯାହାକି ଧୀରେ ଧୀରେ ଗୁମର ଖୋଲିବାରେ ଲାଗିଛି I ଦାରୁ ଚୟନ ରେ ବ୍ୟାପକ ଅନିୟମିତତା ସହିତ ମୋଟା ଅଙ୍କର ଟଙ୍କା କାରବାର ହେଇଥିବାର ଅଭିଯୋଗ କରିଥିଲେ ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା I

ଏହାପରେ ଦାରୁ ବିଭ୍ରାଟ କୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଏବେ ପୁଣି ଗୁମର ଖୋଲିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର। ନବକଳେବର ଦାରୁ ବିଭ୍ରାଟ ହେଇଥିଲା ଯେଉଁଥିରେ କି ବହୁ ବଡ ବଡ ଅଫିସର ସମ୍ପୃକ୍ତ ଥିବା କହିଛନ୍ତି I ଏହା ସହିତ ସିଧାସଳଖ ସୁରେଶ ମହାପାତ୍ର ଙ୍କ ନାମ ମଧ୍ୟ ବିବାଦ କୁ ଟାଣି ଏଥିରେ ସୁରେଶ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି I

ମନ୍ଦିର ମଧ୍ୟକୁ ମୋବାଇଲ ମନା ହେଇଥିଲେ ମଧ୍ୟ ସୁରେଶ ମହାପାତ୍ର ଫୋନ ରେ ନିୟମିତ କଥା ହେଉଥିଲେ ମନ୍ଦିର ଭିତରେ ଥିବା ତାଙ୍କ ସମର୍ଥକ ଙ୍କ ସହିତ I ଖାଲି ଏତିକି ନୁହେଁ ରାତି ଅଧରେ ଏସି କାର ରେ ବସି ଦାରୁ ଚୟନ ପାଇଁ ଯାଇଥିଲେ I ଯାହାକୁ କି ସେ ବିରୋଧ କରିବାରୁ ଓଲଟା ତାଙ୍କୁ ମିଥ୍ୟା ମାମଲା ରେ ଥାନାରେ ପୁରାଇ ଚୁପ କରେଇଦିଆଗଲା

I ଏହା ସହିତ କିପରି ଭାବରେ ଗୋଟିଏ ଜାଗାରୁ ଏକା ସାଙ୍ଗରେ ତିନୋଟି ଦାରୁ ମିଳିଲା ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି I ତେଣୁ ରାତି ଅଧିଆ ଦାରୁ ଚୟନ କରାଯାଇ କୋଟି କୋଟି ଟଙ୍କାର କାରବାର କରାଯାଇଛି I ଯାହାକି ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି I

Leave a Reply

Your email address will not be published. Required fields are marked *