ଆରବିଆଇ ର ନୂଆ ଗଭର୍ନର ହେଇଥିବା ଓଡ଼ିଆ ପୁଅ ଶକ୍ତିକାନ୍ତ ଙ୍କୁ ସୁବ୍ରମଣ୍ୟମଙ୍କ ବିରୋଧ :ସେ ପଦବୀ ର ଅପବ୍ୟବହାର କରିପାରନ୍ତି

ଆରବିଆଇର ଗଭର୍ଣ୍ଣର ପଟେଲ ଇସ୍ତଫା ଦେବା ପରେ ସମସ୍ତଙ୍କୁ ଚମକାଇ ଆରବିଆଇର ର ନୂତନ ଗଭର୍ନର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଙ୍କୁ ନିଯୁକ୍ତି କରାଯାଇଥିଲା I ପ୍ରଥମ ଥର ପାଇଁ ଏଭଳି ଏକ ପଦବୀ ରେ ଜଣେ ଓଡ଼ିଆ ନିଯୁକ୍ତ ପାଇଥିବାରୁ ସାରା ଓଡ଼ିଶାରେ ଖୁଶିର ମାହୋଲ ଖେଳି ଯାଇଥିଲା I ମୋଦିଙ୍କ ଏପରି ନିଷ୍ପତି ପାଇଁ ଦଳ ମତ ନିର୍ବିଶେଷ ରେ ସମସ୍ତେ ଧନ୍ୟବାଦ ଏବଂ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ଙ୍କୁ I

ତେବେ ଗତକାଲି ନିଯୁକ୍ତ ହେଉ ହେଉ ଆଜି ବିଜେପି ର ବଳିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏହାକୁ ବିରୋଧ କରିଛନ୍ତି ଓଲଟା କହିଛନ୍ତି କି ଶଶୀକାନ୍ତ ଙ୍କୁ ଏ ପଦବୀ ଦିଆଯାଇ ଉଚିତ କରାଯାଇନାହିଁ ସେ ଦୁର୍ନୀତିଗ୍ରସ୍ତ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଘନିଷ୍ଠ ସହଯୋଗୀ ତେଣୁ ତାଙ୍କୁ ସହଜରେ ବିଶ୍ୱାସ କରାଯାଇ ନପାରେ ସେ ନିଜ ପଦବୀର ଅପବ୍ୟବହାର କରିପାରନ୍ତି I

ଏନେଇ ପ୍ରଧାନମନ୍ତ୍ରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ସୁବ୍ରମଣ୍ୟମ ସ୍ବାମୀ I ଅପରପକ୍ଷରେ ବିମୁଦ୍ରାକରଣ ସମୟରେ ଏହାର ସଫଳତା ର ଶ୍ରେୟ ନେବାରେ ଯେଉଁ କେତେ ଜଣ ଙ୍କ ନାମ ଆସେ ସେଥିମଧ୍ୟରୁ ଶଶୀକାନ୍ତ ପ୍ରମୁଖ ଅଟନ୍ତି I

Leave a Reply

Your email address will not be published. Required fields are marked *