ବିବାହ ଭୋଜିକୁ ନେଇ ହାଇକୋର୍ଟରେ ମାମଲା । ଅଳ୍ପ ଅତିଥୀ ଓ ସ୍ୱଳ୍ପ ତିଅଣରେ ଭୋଜିଭାତ ପାଇଁ ଆବେଦନ, ସରକାରଙ୍କ ମତ ଲୋଡିଲେ କୋର୍ଟ ।

ବିବାହ ରିତୁ ଆରମ୍ଭ ହୋଇସାରିଛି।ବାହାଘରରେ ଆସିବେ କେତେ ଅତିଥି।ବିଭିନ୍ନ ସମୟରେ ଆମେ ବେଶ୍ ଆଡମ୍ବର ପୂର୍ଣ୍ଣ ବିବାହ ଆୟୋଜନ କରିଥାନ୍ତି।ନିକଟ ଅତୀତରେ ଆମେ ବହୁତ୍ ଶିଳ୍ପପତିଙ୍କ ଏବଂ କ୍ରିକେଟର ମାନଙ୍କ ବିବାହ ଆୟୋଜନ ମଧ୍ୟ ଆମେ ଦେଖିଛେ।ଆମର ପରମ୍ପରା ଆଉ ରୀତିନୀତି ଅନୁସାରେ ବିବାହ ମଧ୍ୟ ବହୁତ୍ ବ୍ୟୟବହୁଳ ଦେଖାଯାଇଥାଏ।

କିନ୍ତୁ ଆଜି ପ୍ରଶ୍ନ ଆସୁଛି କି ବିବାହ ଭୋଜିରେ କେତେ ଲୋକ ଆସିବେ।କାହିଁକି ନା ଓଡ଼ିଶା ହାଇକୋ୍ଟରେ ଏକ ଜନ ସ୍ୱର୍ଥ ମାମଲା ଦାୟର ହୋଇଛି କି ଯେଉଁଥିରେ ଉଲ୍ଲେଖ କରାଯାଇଛି କି ବିବାହ ଭୋଜିରେ କେବଳ ୧୦୦ ଅତିଥି ଆସିବାର ସୁଯୋଗ ଦିଆଯିବ। ତା ସହିତ ଯେଉଁ ଖାଦ୍ୟପେୟ ର ବ୍ୟବସ୍ଥା ହେବ ସେଥିରେ ମଧ୍ୟ ଲଗାମ ଲଗାଯାଉ ଏହାଦ୍ବାରା ଖାଦ୍ୟପେୟ ନଷ୍ଟ ହେବ ନାହିଁ ଏବଂ ଅତିଥି ନିୟନ୍ତ୍ରଣ ଆଇନ ୧୯୬୮ ତାକୁ ମଧ୍ୟ ଠିକ୍ ଭାବରେ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ।ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଜାତୀୟ ସ୍ଥରରେ ରାଜନୈତିକ ସ୍ଥରରେ ମଧ୍ୟ ହଲଚଲ ବାତାବରଣ ସାମ୍ନାକୁ ଆସିଥିଲା ଯେତେବେଳେ କଂଗ୍ରେସ ଶାସନ ସମୟରେ କଂଗ୍ରେସ ସାଂସଦ ଏଭଳି ଏକ ବିଲ୍ ଆଣିବା ପାଇଁ ଲୋକସଭାରେ ଉଦ୍ୟମ କରିଥିଲେ ଏବଂ ତାକୁ ନେଇ ଚର୍ଚ୍ଚା ହୋଇଥିଲା।

ତେବେ ଭାରତର ବିଭିନ୍ନ ସ୍ଥାନରେ ଏବଂ ଓଡ଼ିଶାରେ ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ବିବାହ ଭୋଜିର ଆୟୋଜନ ଦେଖିବାକୁ ମିଳିଥାଏ।ବିବାହର ସ୍ଵତନ୍ତ୍ର ପରମ୍ପରା ମଧ୍ୟ ରହିଛି।
ଏହି ଜନସ୍ବାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି କି ଯେକୌଣସି ବି ବିବାହ ହେଉ ନା କାହିଁକି ସେଥିରେ ୧୦୦ ଜଣରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିପାରିବେ ନାହିଁ।ଏବଂ ଏପରି କରିବାର ମୁଖ୍ୟ କାରଣ ହେଲା ଆମ ସମାଜରେ ଧନୀ ବ୍ୟକ୍ତିଙ୍କ ବାହାଘରରେ ଯେତେ ଜାକଜମକ ଏବଂ ଖାଦ୍ୟପେୟ ଦେଖିବାକୁ ମିଳେ ତାହା ଗରିବ ଏବଂ ମଧ୍ୟବିତ୍ତ ପରିବାରରେ ଦେଖିବାକୁ ମିଳେ ନାହିଁ।

ଏପରି ଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିମାନେ ବହୁତ୍ ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ତାଙ୍କ ଉପରେ ଋଣ ଭାର ମଧ୍ୟ ବଢି ଯାଉଛି। ସେଥିପାଇଁ ଏପରି ନିୟମ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *