ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା I ସାଲେପୁର ସମାବେଶରେ ଯୋଗ ଦେବେ I ଶାହା ଙ୍କ ଆଗମନ ରେ କର୍ମୀ ମହଲରେ ଖୁଶିର ଉତ୍ସାହ ଖେଳିଯାଇଛି I ନିକଟରେ ମୋଦି ଆସି ଫେରିଯାଇଥିବା ବେଳେ ପୁଣି ଥରେ ଅମିତ ଆସିବା ଘଟଣାକୁ ବିସ୍ଲେସଣ କରିପାରୁନାହାନ୍ତି ରାଜନୈତିକ ସମୀକ୍ଷକ I କୁହାଯାଉଛି କି ଆଗାମୀ ନିର୍ବାଚନ ରେ ମିଶନ 120+ ବିଷୟରେ ତଦାରଖ ପାଇଁ ଆସୁଛନ୍ତି ଶାହା I ତେବେ ପୂର୍ବରୁ ମଧ୍ୟ ଶାହା ଙ୍କ ଓଡିଶା ଗସ୍ତ ହେବାର ଥିଲା କିନ୍ତୁ ସ୍ୱାଇନ ଫ୍ଲୁ ଯୋଗୁଁ ଆସିପାରିନଥିଲେ ଏବଂ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଥିଲା I ଏବେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଓଡିଶା ଆସୁଛନ୍ତି ଶାହା I ନିକଟରେ ଦୁଇଦୁଇ ଥର ମୋଦି ଆସି ନବୀନ ଙ୍କ ବିରୁଧରେ ପଦଟିଏ ନକହିବା କର୍ମୀ ଙ୍କୁ ଅସନ୍ତୋଷ କରିଥିବା ବେଳେ ଶାହା ନବୀନ ଙ୍କ ବିରୁଧରେ ଭୀଷଣ ଗର୍ଜିପାରନ୍ତି ବୋଲି ଚର୍ଚାହେଉଛି I

Leave a Reply

Your email address will not be published. Required fields are marked *