ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ଏବଂ କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କିପରି ତିକ୍ତ ସମ୍ପର୍କ ଲାଗି ରହିଛି ତାହା ତ ସମସ୍ତେ ଭଲକରି ଜାଣିଛନ୍ତି I କିଛିଦିନ ତଳେ ମମତା ମନାକରିଥିଲେ କି ସିବିଆଇ କୁ ରାଜ୍ୟରେ ପୁରାଇଦେବେନି ତେବେ ଶାରଦା ଏବଂ ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ରେ ଛନ୍ଦିହେଇପଡି ମମତା ଙ୍କ ଦଳର ଅନେକ ଟାଣୁଆ ନେତା ଗିରଫ ହେଇଛନ୍ତି I ଏ ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି ରାଜ୍ୟ ପୋଲିସ କମିଶନର ରାଜୀବ କୁମାର
I କିନ୍ତୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯାଇଥିଲା ଯାହାକୁ ନେଇ ରାଜୀବଙ୍କୁ ସିବିଆଇ ରେ ହାଜର ହେଇ ଉତ୍ତର ରଖିବାକୁ ସମନ ଦିଆଯାଇଥିଲେ ମଧ୍ୟ ରାଜୀବ ନପହଞ୍ଚିବାରୁ ଶେଷରେ ବାଧ୍ୟ ହେଇ ଗତକାଲି ସିବିଆଇ ର ପାଞ୍ଚ ଜଣ ଅଫିସର କମିଶନର ରାଜୀବ ଙ୍କ ଘରେ ତଦନ୍ତ ପାଇଁ ପଶିବାକୁ ଉଦ୍ୟମ କରୁଥିବା ବେଳେ
ଖବର ପାଇ ରାଜ୍ୟର ବଡ ବଡ ପୋଲିସ ଅଫିସର ମାନେ ସିବିଆଇ ଅଫିସର ଙ୍କୁ ଅଟକାଇ ୱାରେଣ୍ଟ ମାଗିବା ସହିତ ଧକା ମାରି ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ I କିଛିସମୟ ଅଟକ ପରେ ସେମାନଙ୍କୁ ଛାଡିଦିଆଯାଇଥିଲା I ସୂଚନା ଥାଉ କି ସୁପ୍ରିମକୋର୍ଟ ନିଜେ ନିର୍ଦେଶ ଦେଇଛନ୍ତି ଏହି ଘଟଣାର ତଦନ୍ତ ପାଇଁ ସିବିଆଇକୁ I ତେବେ ସିବିଆଇ ର ଏଭଳି କାର୍ଯ୍ୟକୁ ମମତା ବାନାର୍ଜୀ ବିରୋଧ କରିବା ସହିତନିଜେ ଧାରଣାରେ ବସିଛନ୍ତି
ଏବଂ କହିଛନ୍ତିକି ରାଜୀବ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ପୋଲିସ ଅଫିସର I