ସିବିଆଇ ବିରୋଧରେ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ:ସିବିଆଇ ଅଫିସ କୁ ନିଜ ଅଧୀନ କୁ ନେଲା ରାଜ୍ୟ ପୋଲିସ

ପଶ୍ଚିମବଙ୍ଗ ରେ ଚିଟଫଣ୍ଡ ଦୁର୍ନୀତି କୁ ନେଇ ରାଜ୍ୟ କମିଶନର ଙ୍କ ବାସଭବନ କୁ ତଦନ୍ତ ପାଇଁ ଯାଇଥିବାବେଳେ ସିବିଆଇ ଅଫିସର ଙ୍କୁ ଅଟକ ରଖିଥିଲେ ପଶ୍ଚିମବଙ୍ଗ ରାଜ୍ୟ ପୋଲିସ I ତେବେସିବିଆଇ ର ଏଭଳି କାର୍ଯ୍ୟକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସ ଅଫିସର ଙ୍କ ସମର୍ଥନ ରେ ବାହାରିଥିଲେ I ଏହା ସମ୍ପୂର୍ଣ୍ଣ ବେନିୟମ ବୋଲି ବିରୋଧ କରି ଧାରଣାରେ ବସିଛନ୍ତି ମମତା ବାନାର୍ଜୀ ।

ଏହାସହିତ ସିବିଆଇ ଅଫିସ ରେ ସିଆରପିଏଫକୁ ମୁତୟନ କରିଛି ରାଜ୍ୟ ସରକାର I ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ରାଜ୍ୟ ପୋଲିସ ଅଫିସର I ମୋଟାମୋଟି କହିବାକୁ ଗଲେ ସିବିଆଇ ଅଫିସକୁ ନିଜ ଅଧୀନକୁ ନେଇଛି ରାଜ୍ୟ ପୋଲିସ ବିଭାଗ I ଘଟଣା ପୁରା ଉଷ୍ମ ରହିଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କୋଲକତା ଉପରେ I

Leave a Reply

Your email address will not be published. Required fields are marked *