ପାକିସ୍ତାନରୁ ଆସୁଥିବା ୮୦୦ କଣ୍ଟେନର ସିମେଣ୍ଟ ଫେରେଇଦେଲେ ଭାରତୀୟ ବ୍ୟବସାୟୀ

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ରେ 42 ଯବାନ ସହିଦ ହେଇଜିବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି I ସମସ୍ତେ ଚାଁହୁଛନ୍ତି ପ୍ରତିଶୋଧ I ରାଜନୈତିକ ଛକା ପଂଜା ମଧ୍ୟ ଲାହିରହିଛି I ନିକଟରେ ଉତ୍ତରପ୍ରଦେଶରେ ଚାଷୀମାନେ ପାକିସ୍ତାନ କୁ ଟମାଟୋ ପଠାଇବାକୁ ମନା କରିଦେଇଥିଲେ ଯାହାଫଳରେ କି ଏବେ ପାକିସ୍ତାନ ରେ ଟମାଟୋ କେଜି 200ଟଙ୍କା I ତେବେ ଭାରତୀୟ ଅର୍ଥନୈତିକ ସ୍ତରରେ ପାକିସ୍ତାନ କୁ ସବୁ ଦିଗରୁ ପାନେ ଦେବାକୁ ଉଦ୍ୟମ କରିଛନ୍ତି

I ଗତକାଲି ପାକିସ୍ତାନ ରୁ ଆସୁଥିବା 800 ସିମେଣ୍ଟ କଣ୍ଟେନର କୁ ଫେରାଇଦେଇଛନ୍ତି I ଏନେଇ ପାକିସ୍ତାନ ଖବରକାଗଜ ରେ ପ୍ରକାଶ ପାଇଛି I ମିଳିଥିବା ସୂଚନା ଅନୁଯାଇ ପାକିସ୍ତାନ ରୁ ଆସୁଥିବା ସିମେଣ୍ଟକୁ ଭାରତୀୟ ବ୍ୟବସାୟୀ ମାନେ କିଣିବାକୁ ଅନିଚ୍ଛା ପ୍ରକାଶ କରିଥିଲେ I ଯବାନ ଙ୍କ ମୃତୁରେ ରେ ଶୋକ ପାଳୁଥିବା ଭାରତରେ ବ୍ୟବସାୟୀ ମାନେ ଆକ୍ରମଣ କାରି ପାକିସ୍ତାନ ଠାରୁ କୌଣସି ବି ଜିନିଷ ରଖିବାକୁ ପସନ୍ଦ କରିନାହାନ୍ତି I ଏବଂ ଆଗକୁ ମଧ୍ୟ ପାକିସ୍ତାନ ଠାରୁ କୌଣସି ଜିନିଷ ରଖାଯିବ ନାହିଁ କିମ୍ବା ପାକିସ୍ତାନ କୁ ପଠାଯିବ ନାହିଁ

I ଏହାକୁ ନେଇ ବ୍ୟବସାୟୀ ସଙ୍ଘ ମଧ୍ୟ ଭାରତ ବନ୍ଦ ଡାକରା ଦେଇଥିଲା ତେବେ ମିଳିଥିବା ସୂଚନା ଅନୁଯାଇ ପାକିସ୍ତାନ କରାଚୀ ରୁ ୭୫% ସିମେଣ୍ଟ ଭାରତ କୁ ଆସିଥାଏ I ଯଦି ସିମେଣ୍ଟ ଭାରତ ନରଖେ ତେବେ ପାକିସ୍ତାନ କୁ ବହୁ ବଡ ଧରଣର କ୍ଷତି ସହିବାକୁ ପଡିବ I

Leave a Reply

Your email address will not be published. Required fields are marked *