ଅନ୍ଧାର ହେଇପାରେ ରାଜଧାନୀ : ଭୁବନେଶ୍ୱର ବାସି ରହିବେ ଅନ୍ଧାର ରେ

ବାରମ୍ବାର ଦାବି ଜଣାଇବା ପରେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ଶେଷରେ ବାଧ୍ୟ ହେଇ ସେସୁ ର ଭୁବନେଶ୍ୱର -୨ ଡିଭିଜନର କର୍ମଚାରୀମାନେ ଧାରଣାରେ ବସିରହିଛନ୍ତି I ହୁ ହୁ ହେଇ ବିଦ୍ୟୁତ ଉପଭୋକ୍ତା ବଢିଚାଲିଥିବା ବେଳେ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାନ୍ତି କି ଆବଶ୍ୟକ ପରିମାଣରେ ସରଞ୍ଜାମ ମଧ୍ୟ ନାହିଁ I ଫଳରେ ଭୁବନେଶ୍ୱର ଭଳି ସ୍ମାର୍ଟ ସିଟିରେ ବିଦ୍ୟୁତ ରକ୍ଷIଣବେକ୍ଷଣ ସ୍ୱଳ୍ପ କର୍ମଚାରୀ ରେ ସମ୍ଭବ ପର ହେଉନି I ଭୁବନେଶ୍ୱର BCDD – II ଡିଭିଜନର ପାଖାପାଖି ୧ଲକ୍ଷ ୪୬ ହଜାର ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ସେବା ଯୋଗାଇବା ପାଇଁ ମାତ୍ର ୨୩୮ ଜଣ କର୍ମଚାରୀ ଅଛନ୍ତି

Iପାଖାପାଖି 1500କର୍ମଚାରୀ ନିଯୁକ୍ତ ହେବା କଥା କିନ୍ତୁ ସେମାନଙ୍କ ବଦଳରେ ଏହି 238ଜଣ କର୍ମଚାରୀ ଙ୍କୁ କାମ ଚାପ ଦିଆଯାଉଛି I ଯାହାକି ଆଇନତଃ ଅପରାଧ ଅଟେ I କର୍ମଚାରୀ ମାନେ ରାଜି ନହେଲେ ସେମାନଙ୍କୁ ଗାଳି ଗୁଲଜ ସହିତ ଧମକ ଦିଆଯାଉଛି ତେଣୁ ସମସ୍ୟା ସମାଧାନ ନିମନ୍ତେ ଓଡିଶା ବିଦ୍ୟୁତ କର୍ମଚାରୀ ସଙ୍ଘ ତରଫରୁ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ସମସ୍ତ କର୍ମଚାରୀ I ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର,ସଭାପତି ଅକ୍ଷୟ କୁମାର ତ୍ରିପାଠୀ , ଙ୍କ ସମେତ ଅନ୍ୟମାନେ ଆନ୍ଦୋଳନ କୁ ସମର୍ଥନ କରି ଧାରଣାରେ ବସିରହିଛନ୍ତି I

Leave a Reply

Your email address will not be published. Required fields are marked *