ନୟାଗଡ ;ଚଉଠି ରାତିରେ ସ୍ୱାମୀଙ୍କୁ ଡିଭର୍ସ ଦେଲେ ସ୍ତ୍ରୀ ,ଅଧା ରହିଗଲା ବାସର ରାତି

ସରିଥିଲା ବାହାଘର I ୭ଜନ୍ମର ସାଥି ହେବେ ବୋଲି ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲେ I କିନ୍ତୁ ସାତ ଜନ୍ମ କଣ ,ଚାରିଦିନ ତିଷ୍ଟିଲାନି ବାହାଘର I ଚଉଠି ରାତିରେ ସଜହେଉଥିଲା ଘର ସେପଟେ ସ୍ୱମୀଠାରୁ ଛାଡପତ୍ର ନେଲେ ସ୍ତ୍ରୀ I ଏମିତି ଏକ ଘଟଣା ଘଟିଛି ଘଟଣା ଘଟିଛି ନୟାଗଡ଼ ଜିଲା ଫତେଗଡ଼ ଥାନା ଅନ୍ତର୍ଗତ ବଡ଼ସହରା ପଞ୍ଚାୟତ ର ନାକଡେଇଁ ଗ୍ରାମରେ I ସୂଚନା ଅନୁଯାଇ ନାକଡେଇଁ ଗ୍ରାମରେ ଜଣେ ଯୁବକ ଙ୍କ ବିବାହ ସରିଥିଲା I ଘରେ ସମସ୍ତେ ବିବାହ ଖୁଶି ପାଳୁଥିବା ସମୟରେ ବାସର ରାତିରେ ହଠାତ ପହଞ୍ଚିଥିଲା ପୋଲିସ I ଉଭୟ ବର କନ୍ୟା ଥାନା ଯାଇଥିଲେ I ଚାରିଆଡେ ହୋ ହାଲ୍ଲା ପଡିଥିଲା I

ତେବେ ପରେ ଜଣାପଡିଥିଲା କି କନ୍ୟା ବର ସହିତ ରହିବାକୁ ଚାଁହୁନଥିଲେ ,କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ବର ନିଶା କରନ୍ତି ତେଣୁ ନିଜ ମା ଙ୍କୁ ଫୋନ କରି ଜଣାଇଥିଲେ I ନିଶା କରୁଥିବା ବ୍ୟକ୍ତିଙ୍କ ସହିତ ସେ ଚଳିପାରିବେ ନାହିଁ ବୋଲି ରୋକଠୋକ ଜଣାଇବା ପରେ ଏନେଇ ମା ଥାନାରେ ଏତଲା ଦେଇଥିଲେ ଏବଂ ବାସର ରାତିରେ ପୋଲିସ ପହଞ୍ଚି ଉଭୟଙ୍କୁ ବସାଇ ମିଳିତ ଆଲୋଚନାରେ ଛାଡପତ୍ର ହେଇଥିଲା

I କନ୍ୟାଘର ପକ୍ଷରୁ ଆସିଥିବା ସମସ୍ତ ଜିନିଷ ପତ୍ର ବର ଘର ଶେଷରେ ବାଧ୍ୟ ହେଇ ଫେରେଇଛନ୍ତି I ଘଟଣାଟି ଏବେ ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *