ସେନା ମୁଖ୍ୟ ଙ୍କ କଡା ଜବାବ :କହିଲେ ଯାହାର ଦରକାର ଗଣିକି ଆସନ୍ତୁ ପାକିସ୍ତାନ ରେ କେତେ ମରିଛନ୍ତି

ଆତଙ୍କୀ ଆଡ୍ଡା ଧ୍ବଂସ କରିବା ଆମର ଲକ୍ଷ କେତେ ମଲେ ଗଣିବା ନୁହେଁ
ପାକିସ୍ତାନ ସପକ୍ଷରେ ନିଜର ମତାମତ ରଖି ବିବାଦୀୟ ହେଇପଡିବା ପରେ ଶେଷରେ କପିଳ ଶର୍ମା ଶୋ ରୁ ବିଦା ହେଇଥିଲେ କଂଗ୍ରେସ ନେତା ତଥା ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ I ଏବେ ପୁଣି ବିବାଦୀୟ ବୟାନ ଦେଇ କହିଛନ୍ତି କି ପାକିସ୍ତାନ ରେ ଆତଙ୍କବାଦୀ ଦମନ କରିବା ପାଇଁ ନା ଗଛ କାଟିବାକୁ ଯାଇଥିଲା ସେନା ??ସେନା ଙ୍କୁ ନେଇ ଦେଶରେ ରାଜନୀତି ନକରିବାକୁ ସିଦ୍ଧୁ ଟ୍ୱିଟ କରିଛନ୍ତି I କେବଳ ଏତିକି ନୁହେଁ ମମତା ମଧ୍ୟ ପୂର୍ବରୁ ନିହତ ହେଇଥିବା ଆତଙ୍କୀ ଙ୍କ ହିସାବ ମାଗିଥିଲେ I

ତେବେ ବାୟୁସେନା ର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତି ମାନଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି ବାୟୁସେନା ମୁଖ୍ୟ ଡିଏସ ଧନୋଆ I କହିଛନ୍ତି ଯେ ଆତଙ୍କୀ ଙ୍କୁ ନିପାତ କରିବା ଆମର ଲକ୍ଷ କେତେ ମରିଛନ୍ତି ଗଣିବା ସମ୍ଭବ ନୁହେଁ I ଆତଙ୍କୀ ମାରିଛନ୍ତି ସେଥିପାଇଁ ପାକ ପ୍ରଧାନମନ୍ତ୍ରୀ ବିଳିବିଳେଇ ହେଇ ଭାରତ ଉପରେ ବଦଲା ପାଇଁ ଆକ୍ରମଣ କରିଥିଲେ I ଏହାସହିତ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କୁ ନେଇ କହିଛନ୍ତି ଯେ ଦେଶ ତାଙ୍କ ପରି ଯବାନ ଙ୍କୁ ପାଇ ଗର୍ବିତ I

Leave a Reply

Your email address will not be published. Required fields are marked *