ଜାଗରରେ ଶିବଙ୍କ ଉପରେ କ୍ଷୀର ଢ଼ାଳିବା ପରିବର୍ତେ ପ୍ୟାକେଟ କ୍ଷୀର ପୂଜା କରି ଗରିବ ପିଲାଙ୍କୁ ବାଣ୍ଟି ଦେଲେ

ଗତକାଲି ପବିତ୍ର ଜାଗର ଥିଲା I ସବୁଆଡେ ଜାଗର ପାଳିବାକୁ ଶିବ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିଲା I ଜାଗର ପାଇଁ ସମସ୍ତେ ସକାଳୁ ଉପବାସ ରହି ରାତ୍ରିସାରା ଉଜାଗର ରହି ପୂଜା କରିଥାନ୍ତି ଶିବଙ୍କୁ I ତେବେ ସୋସିଆଲ ମିଡିଆରେ ଆଜି ଭାଇରଲ ହେବାରେ ଲାଗିଛି ଜାଗର ର ଏକ ବିରଳ ଫଟ I ଜାଗରରେ ଶିବଙ୍କ ଉପରେ ବହୁପରିମାଣରେ କ୍ଷୀର ଢଳାଯାଇଥାଏ ଯାହାକି ମାଟିରେ ଭିଜି ନଷ୍ଟ ହେଇଥାଏ କିନ୍ତୁ କିଛି ମହିଳା ଶିବଙ୍କ ଉପରେ କ୍ଷୀର ଢ଼ାଳିବା ପରିବର୍ତେ କ୍ଷୀର ପ୍ୟାକେଟ କୁ ଶିବଲିଙ୍ଗ ଉପରେ ପୂଜା କରି ଗରିବ ପିଲାମାନ୍କୁ ବାଣ୍ଟି ଦେଇଛନ୍ତି I

ଘଟଣାଟି ଏବେ ଚର୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ସବୁମହଲରୁ ମହିଳାଙ୍କ ଏପରି ଜାଗର ପାଳନ କୁ ପ୍ରସଂଶା କରାଯାଇଛି I

Leave a Reply

Your email address will not be published. Required fields are marked *