କିଙ୍ଗଫିଶର ବଜାର କୁ ଛାଡିଲା ବିଅର ପାଉଡର ,ଯେତେବେଳେ ଚାହିଁବେ ସଙ୍ଗେ ସଙ୍ଗେ ବିଅର

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେଇଥିଲେ ମଧ୍ୟ ଦିନକୁ ଦିନ ଏହା ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କବଳିତ କରିଛି I ବିଶେଷ କରି କିଙ୍ଗଫିସର ଦେଶର ଏକ ଅଗ୍ରଣୀ ମଦ କମ୍ପାନୀ ରେ ପରିଣତ ହେଇପାରିଥିବା ବେଳେ ଏହାର ପ୍ରଡକ୍ଟ କାଚ ବୋତଲ ଏବଂ କ୍ୟାନ ବିଅର ପ୍ରାୟତ ଲୋକପ୍ରିୟ ହେଇପାରିଛି I ତେବେ ଏହାକୁ ଦୃଷ୍ଟିରେ ରଖି କିଙ୍ଗଫିସର ଏକ ଅତ୍ୟାଧୁନିକ ପଦ୍ଧତିରେ ବିଅର ପାଉଡର ବା ଇନଷ୍ଟାଣ୍ଟ ମିକ୍ସ ବଜାର କୁ ଛାଡ଼ିଛି I

ପାଣିରେ ଗୋଳାଇବା ମାତ୍ରେ ଏହା ବିଅର ରେ ପରିଣତ ହେବ ,ବିଅର ପରି ଏହା ସ୍ୱାଦ ଏବଂ ଗୁଣରେ ସମାନ ରହିବ I ଏନେଇ କିଙ୍ଗଫିସର ତରଫରୁ ଏକ ଭିଡିଓ ଜାରି କରାଯାଇଛି I ଏହା ଦାମ୍ ବିଷୟରେ କୌଣସି ସୂଚନା ମିଳିନଥିଲେ ମଧ୍ୟ ବିଅର ଠାରୁ ଏହା ଶସ୍ତା ରହିବ ବୋଲି ଅନୁମାନ କରାଯାଉଛି I

Leave a Reply

Your email address will not be published. Required fields are marked *