ଫୋନି ର ତାଣ୍ଡବ ରେ ଅଧା ଓଡିଶା ଅନ୍ଧାର,ସବୁଆଡେ ହାହାକାର ,ଅଧାରୁ ବନ୍ଦ ରହିଲା ଖବର ପ୍ରସାରଣ

ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଶେଷରେ ମହାତାଣ୍ଡବ ରଚାଇ ଚାଲିଗଲା ଫୋନି । କିନ୍ତୁ ଯିବାବେଳକୁ ଛାଡି ଚାଲିଯାଇଛି ତା କରାଳ ରୂପର ବିଭୀଷିକା I ହାହାକାର ରେ ଭରିଯାଇଛି ଅଧା ଓଡ଼ିଶାର ଅଂଶ I 12ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ସଠିକ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ I ତିନି ତାରିଖ ରେ ପୁରୀ ରେ ଲ୍ୟାଣ୍ଡଫଲ କରିବା ପରେ ପୁରା ବିଗିଡି ଯାଇଛି ଓଡ଼ିଶାର ପୁରୀ ,ରାଜଧାନୀ ଭୁବନେଶ୍ୱର , କଟକ I

ଏହା ସହିତ ଖୋର୍ଦ୍ଧା , ନୟାଗଡ, କେନ୍ଦ୍ରାପଡ଼ା, ଭଦ୍ରକ ,ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଜିଲ୍ଲାରେ ମଧ୍ୟ ପ୍ରବଳ କ୍ଷୟକ୍ଷତି ହେଇଥିବା ସୂଚନା ମିଳିଛି I ଏପରିକି ସୂଚନା ପ୍ରସାରଣ କରୁଥିବା ରାଜ୍ୟର ମୁଖ୍ୟ ଗଣମାଧ୍ୟମ ଚାନେଲ ଗୁଡିକ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି I ଗତକାଲିଠାରୁ ପ୍ରସାରଣ ବନ୍ଦ ରହିଛି I ଏଭଳି ପରିସ୍ଥିତି ରେ ଫୋନି ର ବାସ୍ତବିକ କ୍ଷୟକ୍ଷତି ଜଣାପଡ଼ିନଥିଲେ ମଧ୍ୟ ଏହା ସାଙ୍ଘାତିକ ଅବସ୍ଥା ସୃଷ୍ଟି କରିଛି I

ବାତ୍ୟା ପୂର୍ବରୁ ସଚେତନ ଏବଂ ସୁରକ୍ଷା ପାଇଁ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ଜୀବନ ବଞ୍ଚିଯାଇଛି I

Leave a Reply

Your email address will not be published. Required fields are marked *