ରାଜଧାନୀ ରେ 10 ହଜାର ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଛି ,ଆହୁରି 2ଦିନ ପର୍ଯ୍ୟନ୍ତ ଅନ୍ଧାର ରେ ରହିବେ ରାଜଧାନୀବାସୀ

ଚାଲିଯାଇଛି ବାତ୍ୟା କିନ୍ତୁ ନିଜର ତାଣ୍ଡବ ରେ ସାରା ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରି ଚାଲିଯାଇଛି I ବିଶେଷ କରି ପୁରୀ,ରାଜଧାନୀ ଏବଂ କଟକ ରେ ଦେଖିବାକୁ ମିଳିଛି ବାତ୍ୟାର ପ୍ରଳୟଙ୍କରୀ ରୂପ I ଘୋ ଘୋ ବେଗରେ 160 ରୁ ଆରମ୍ଭ କରି 220 କିଲୋମିଟର ପର୍ଯ୍ୟନ୍ତ ପବନ ବହି ପୁରା ଛାରଖାର କରିଦେଇଛି I ବାତ୍ୟା ଚାଲିଯାଇଥିଲେ ମଧ୍ୟ ଅଧିକାଂଶ ସ୍ଥାନ ଅନ୍ଧାର ରେ ରହିଛି I ରାଜ୍ୟର ଗଞ୍ଜାମ, ଖୋର୍ଦ୍ଧା ,ଯାଜପୁର ,ବାଲେଶ୍ଵର,କେନ୍ଦୁଝର , ଭଦ୍ରକ,ଏବଂ ମୟୂରଭଞ୍ଜରେ ବିଦ୍ୟୁତ ବିଭାଗ ତରଫରୁ ଜୋରଦାର ଉଦ୍ୟମ ଆରମ୍ଭ କରାଯାଇ କିଛି ଅଞ୍ଚଳ ରେ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ଆଜି ସନ୍ଧ୍ୟା ସମୟ ସୁଦ୍ଧI ବିଦ୍ୟୁତ୍ ସଂଯୋଗ ଦିଆଯିବାକୁ ଚେଷ୍ଟା ଚାଲିଛି I

ଏପରିକି କଟକ ଏବଂ ଭୁବନେଶ୍ୱର ମଧ୍ୟ 25% ଅଞ୍ଚଳ କୁ ବିଦ୍ୟୁତ ସଞ୍ଜୋଗ ପାଇଁ ପ୍ରଚେଷ୍ଟା ଚାଲିଛି I ତେବେ ପୁରୀ ସହରରେ ବିଦ୍ୟୁତ ସଂଯୋଗ ଏତେ ସହଜ ନୁହେଁ I

ପୁରୀରେ ସମ୍ପୂର୍ଣ୍ଣ ବ୍ୟବସ୍ତା ଭୁଶୁଡି ପଡିଥିବା ବେଳେ ରାଜଧାନୀ ରେ ପାଖାପାଖି 10 ହଜାର ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଛି I

Leave a Reply

Your email address will not be published. Required fields are marked *