ବିଗତ କିଛି ଦିନ ତଳେ ଏକ ନିର୍ବାଚନୀ ସଭା ରେ ମୋଦି କହିଥିଲେ କି ରାଜୀବ ଗାନ୍ଧୀ କିପରି ଭାବରେ ଭାରତୀୟ ଜଳ ସେନା ର ଆଇ ଏନ୍ ଏସ ଭିରାତ୍ ରେ ଯାଇ ଛୁଟି କଟାଇଥିଲେ।
ଏହାକୁ ଶୁଣି ଚୁପ୍ ବସିନାହି କଂଗ୍ରେସ ବରଂ ପାଲଟା ଆକ୍ରମଣ କରିଛି। ମୋଦି ଙ୍କ ବାୟୁ ସେନା ବିମାନ ବ୍ୟବହାର କୁ ନେଇ ପ୍ରଶ୍ନ ଉଠାଇଛ୍ତି କଂଗ୍ରେସ।
କଂଗ୍ରେସ କହିଛି ଯେ ମୋଦି ବାୟୁ ସେନା ବିମାନ କୁ ନିଜ ଟ୍ୟାକ୍ସି ପରି ମନ ଇଚ୍ଛା ବ୍ୟବହାର କରୁଛନ୍ତି। ଏହା ସହ କଂଗ୍ରେସ ଏହା ମଧ୍ୟ କହିଛି କି ପୂର୍ବରୁ ଯେଉଁ ନାଭି ର ଜାହାଜ ବ୍ୟବହାର ହୋଇଛି ତାହା ସେବେ ପ୍ରଧାନମନ୍ତ୍ରୀ ଙ୍କ ଅଧିକରିକ ଯାତ୍ରା ଥିଲା।
ଏବଂ ସେବେ ସେ ସରକାରୀ କାର୍ଯ୍ୟ ରେ ହିଁ ଲାକ୍ଷାଦ୍ଵୀପ ଯାଇଥିଲେ ବୁଲିବ ପାଇଁ ନୁହେଁ। ସେହି ଜାହାଜ କେବଳ ରାଜୀବ ଗାନ୍ଧୀ ଙ୍କ ସୁରକ୍ଷା ପାଇଁ ବ୍ୟବହୃତ ହୋଇଥିଲା।