ବାତ୍ୟା ‘ ଫୋନି ‘ ର ସମୀକ୍ଷା କରିବା ପାଇଁ ଆସନ୍ତା ୧୨ ତାରିଖ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ। ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଙ୍କ ସହ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫ ରୁ ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କୁ ଚିଠି ଯୋଗେ ଅବଗତ କରାଯାଉଛି।
ଗତ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ । ତେବେ ଆସନ୍ତା ୧୨ ତାରିଖ ସନ୍ଧ୍ୟା ରେ ବିବେକ ଭରଦ୍ୱାଜ ଭୁବନେଶ୍ୱର ରେ ପହଞ୍ଚିବେ ବୋଲି ଚିଠି ଏ ଉଲ୍ଲେଖ କରାଯାଇଛି। ଏବଂ ଭୁବନେଶ୍ବର ପହଞ୍ଚିବା ପରେ ଆସନ୍ତା ୧୩ ତାରିଖ ରୁ ୧୫ ତାରିଖ ମଧ୍ୟରେ ବିଶେଷ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକ ର ସ୍ଥିତି ସମୀକ୍ଷା କରିବା ସହିତ କ୍ଷୟ କ୍ଷତି ଆକଳନ କରିବେ।