ଖରାଦିନେ ସ୍ଵାସ୍ଥ୍ୟ ପାଇଁ କରନ୍ତୁ ଏହି ସବୁ କାମ

ଖରାଦିନେ ତାତିରେ ଅସ୍ତବ୍ୟସ୍ତ ଲୋକେ।ଏହି ଦିନେ ସାଧାରଣତଃ ଇମ୍ମୁନିଟି ସିଷ୍ଟମ୍ ପ୍ରଭାବିତ ହୋଇଥାଏ।ପାଚନ ଏବଂ ତ୍ଵଚା ସମ୍ବଧିତ ସମସ୍ୟା ସହ ଫ୍ଲୁ ଏବଂ ସଂକ୍ରମଣର ଆଶଙ୍କା ମଧ୍ୟ ରହିଥାଏ।ତେବେ ଏହାକୁ ପ୍ରତିହତ କରିବାପାଇଁ ଜାଣିବା କିଛି ସହଜ ଉପାୟ।
ଖରାଦିନେ ବହୁତ୍ ଶୋଷ ଲାଗୁଥିବା ସମୟରେ ଝାଳ ମଧ୍ୟ ପ୍ରବଳ ବହିଥାଏ।ଏହି ସମୟରେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ ହୋଇଥାଏ।ଏଥିପାଇଁ। ଆପଣ ଅଧିକ ପାଣି ପିଆନ୍ତୁ ଏବଂ ପନିପରିବା ଏବଂ ଫଳମୂଳ ଅଧିକ ଖାଆନ୍ତୁ।
ଖରା ଦିନେ ଚା ଏବଂ କଫି ଅଧିକ ସେବନ କରିବା କ୍ଷତିକାରକ ହୋଇଥାଏ।

ଏହାଦ୍ବାରା ଅଲ୍ସର୍, ଏସିଡିଟି,ଓ ପେଟ ଜଳାପୋଡା ହେବା ସମସ୍ୟା ଦେଖାଦେଇଥାଏ।ଏଥିପାଇଁ ଯଥା ସମ୍ଭବ ଖରା ଦିନେ ଏଥିପ୍ରତି ଦୂରେଇ ରୁହନ୍ତୁ।ପ୍ରତିବଦଳରେ ଆପଣ ଦହି,ଲସି, ଜୁସ୍ ଆଦି ଥଣ୍ଡା ଜାତୀୟ ପାନୀୟ ପିଅନ୍ତୁ।
ଝାଳ ଆମ ଶରୀର ପାଇଁ ବହୁତ୍ ଲାଭଦାୟକ ହୋଇଥାଏ।କାରଣ ଏହା ଶରୀରରୁ ଅପରିଷ୍କାର ପଦାର୍ଥ ନିର୍ଗତ କରିଥାଏ।ଏଥିପାଇଁ ଖରା ଦିନେ ଆପଣ ଏକ୍ସରସାଇଜ଼ କରିବା ଛାଡ଼ନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *