ଆଜି ବହୁ ପ୍ରତିକ୍ଷିତ ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିଥିବା ବେଳେ ଏ ବର୍ଷ ପାସ୍ ହାର କମିଯାଇଛି I
ତେବେ ସବୁଠାରୁ ଚକିତ କରିଛି ୮୨ଟି ସ୍କୁଲର ରେଜଲ୍ଟ I ୮୨ଟି ସ୍କୁଲ ରେ ଶୁନ ରେଜଲ୍ଟ ମିଳିଛି ଅର୍ଥାତ ଏହି ସବୁ ବିଦ୍ୟାଳୟ ରେ ଜଣେ ବି କେହି ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହେଇନାହାନ୍ତି I ଯାହାକି ସବୁ ଆଡେ ଚର୍ଚା ହେବାରେ ଲାଗିଛି I କେହି ଜଣେ ବି କିଭଳି ପାସ କରିପାରିଲେ ନାହିଁ ତାହାକୁ ନେଇ ଆଲୋଚନା ହେବାରେ ଲାଗିଛି I ତେବେ ଏନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଖରାପ କରିଥିବା ବିଦ୍ୟାଳୟ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I