ବିଜେପି 303 ସିଟ ଥିବାବେଳେ ଅପରାଜିତା ଙ୍କୁ ମିଳିଛି ଏହି ମ୍ୟାଜିକ ନମ୍ବର

2019 ନିର୍ବାଚନ ରେ ଭୁବନେଶ୍ୱର ଲୋକସଭା ପାଇଁ ସବୁଠୁ ଚର୍ଚାରେ ଥିବା ଅପରାଜିତା ଷଡ଼ଙ୍ଗୀ ବାଜିମାତ କରିବା ପରେ ଏବେ ତାଙ୍କୁ ନେଇ ଆଲୋଚନା ଚାଲିଥିବା ବେଳେ ପୁଣିଥରେ ତାଙ୍କ ଆଇଡେଣ୍ଟିଟି କାର୍ଡ କୁ ନେଇ ଚର୍ଚ୍ଚା ଧରିଛି I ଅପରାଜିତା ଙ୍କୁ ସାଂସଦ ସଦସ୍ୟ ଆଇ କାର୍ଡ ମିଳିଥିବା ବେଳେ ସେଥିରେ ତାଙ୍କ ନମ୍ବର ରହିଛି 303 I ଯାହାକୁ ନେଇ ଚର୍ଚ୍ଚା ଧରିଛି I କାହିଁକିନା ଏହା ହେଉଛି ବିଜେପି ର ମ୍ୟାଜିକ ନମ୍ବର I NDA ସିଟ ଛାଡି ବିଜେପି ସିଟ ହେଉଛି 303,ସଂଯୋଗ ବଶତଃ ଅପରାଜିତା ଙ୍କୁ ମିଳିଛି ଏହି ମ୍ୟାଜିକ ନମ୍ବର I

ସୂଚନା ଥାଉ କି ଭୁବନେଶ୍ୱର ଲୋକସଭା ଆସନ ରେ ବିଜେଡି ପ୍ରାଥୀ ଅରୂପ ଙ୍କୁ ବହୁ ପଛରେ ପକାଇ ଅପରାଜିତା ବିଜୟୀ ହେଇଛନ୍ତି ,ଏପରିକି ଭୁବନେଶ୍ୱର ବିଧାନସଭା ପାଇଁ ବିଜେପି ର କୌଣସି ବି ବିଧାୟକ ଜିତିପାରିନଥିବା ବେଳେ ଅପରାଜିତା ଜିତିବା ସମସ୍ତଙ୍କୁ ଚକିତ କରିଛି I

Leave a Reply

Your email address will not be published. Required fields are marked *