ହିଂସାକାଣ୍ଡରେ ପ୍ରାଣ ହରାଇଥିବା 54 ବିଜେପି କାର୍ଯ୍ୟକର୍ତାଙ୍କ ପରିବାରକୁ ପ୍ରଧାନ ମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି ଶପଥ ଗ୍ରହଣରେ ଯୋଗ ଦେବା ପାଇଁ I

2019 ଲୋକସଭା ନିର୍ବାଚନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ବିଜୟ ହାସଲ କରି ସରକାର ଗଠନ କରିବାକୁ ଯାଉଛି I 30 ମେ 2019 ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି I ଏହି ଶପଥ ଗ୍ରହଣରେ ଯୋଗଦେବା ପାଇଁ ବହୁ ସାରା ନେତା ,ବିଜେପି କାର୍ଯ୍ୟକର୍ତା ଓ ଭିଆପିଙ୍କୁ ନିମନ୍ତ୍ରଣ କରାଯାଇଛି I ତାଠୁ ବଡ କଥା ହେଲା ନରେନ୍ଦ୍ର ମୋଦି ବଙ୍ଗଳାର ନିର୍ବାଚନ ସମୟରେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା 54 ବିଜେପି କାର୍ଯ୍ୟକର୍ତାଙ୍କ ପରିବାରକୁ ନିମନ୍ତ୍ରଣ କରିଛନ୍ତି ଶପଥ ଗ୍ରହଣରେ ଯୋଗ ଦେବା ପାଇଁ I 16 ଜୁନ 2013 ରୁ 26 ମେ 2019 ଭିତରେ ରାଜନୈତିକ ହିଂସା ଯୋଗୁ ଏହି ବିଜେପି କାର୍ଯ୍ୟକର୍ତାଙ୍କ ହତ୍ୟା ହୋଇଥିଲା I

Leave a Reply

Your email address will not be published. Required fields are marked *