ପାକିସ୍ତାନ ର ଶୋଚନୀୟ ଅବସ୍ଥା: ଇଦ୍ ରେ ନୂଆ ପୋଷାକ-ଜୋତା ପାଇଁ ବି ବିକଳ ହେଲେ ଲୋକେ

ଆଜି ପବିତ୍ର ଇଦ୍।ଯେଉଁ ସ୍ଥାନରେ ଖୁସିର ମାହୋଲ ହୋଇଥାନ୍ତା ସେ ସ୍ଥାନରେ ଆଜି ଦୁଃଖ ଭରିଯାଇଛି।ଆମେ ପାକିସ୍ଥାନ ବିଷୟରେ କହୁଛୁ।ଇଦ୍ ଉପଲେକ୍ଷେ ପୂର୍ବରୁ ଯେଉଁଠି ପାକିସ୍ଥାନର ବିଭିନ୍ନ ବଜାର ଏବଂ ମଲ୍ ଗୁଡ଼ିକ ଜନରନ୍ୟରେ ଭରିଯାଇଥିଲା ଆଜି କିନ୍ତୁ ସେ ସବୁ ଶୂନ୍ୟ ହୋଇ ପଡିଛି।ଯାହାର ମୁଖ୍ୟ କାରଣ ହେଉଛି ମୁଦ୍ରା ସ୍ପୀତି।ପାକିସ୍ଥାନର ବିଭିନ୍ନ ସାମଗ୍ରୀ ଗୁଡିକର ଦର ଦାମ୍ ବହୁ ଗୁଣ ବୃଦ୍ଧି ପାଇଛି।

ଯାହାର ସିଧା ପ୍ରଭାବ ପଡିଛି ଜନସାଧାରଣଙ୍କ ଉପରେ।ସାଧାରଣ ଲୋକଙ୍କ କଥା ଦୂରରେ ଥାଉ ଧନୀ ଲୋକଙ୍କ ପାଇଁ ଖଣ୍ଡିଏ ଡ୍ରେସ କିଣିବା ମଧ୍ୟ କଷ୍ଟକର ହୋଇପଡିଛି।ଗତଥର ଯେଉଁଠି ଚୁଡି ଏବଂ ଜୋତା ଦାମ୍ ସାଧାରଣ ଲୋକଙ୍କ ବଜେଟ୍ ଭିତରେ ରହୁଥିଲା ଏଥର କିନ୍ତୁ ଏଗୁଡ଼ିକ ଦାମ୍ ପୂର୍ବ ଅପେକ୍ଷା ଆହୁରି ଅଧିକ ବୃଦ୍ଧି ପାଇଛି।ତେବେ ପାକିସ୍ଥାନର ସାଧାରଣ ଲୋକଙ୍କ ସମସ୍ୟା ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି।ଗତ ଗୋଟିଏ ମାସ ମଧ୍ୟରେ ପାକିସ୍ଥାନୀ କରେନ୍ସି ବିଶ୍ୱରେ ସବୁଠୁ ଅଧିକ ହ୍ରାସ ପାଇଛି।ଯାହାର ମୂଲ୍ୟ ପାକିସ୍ଥାନ ବାସୀଙ୍କୁ ପରିଶୋଧ କରିବାକୁ ପଡୁଛି।

Leave a Reply

Your email address will not be published. Required fields are marked *