ମେଡ଼ିସିନ ପାଇଁ ଯାଇଥିବା 16ବର୍ଷୀୟ ଝିଅକୁ ଟେକିନେଇ ଦୁଇ ଭାଇ କଲେ ବଳାତ୍କାର

ମହିଳା ସୁରକ୍ଷା ତଥା ସ୍ୱାଭିମାନକୁ ନେଇ ପ୍ରଶାସନର ସମସ୍ତ ଦାବି ତଥା ପ୍ରତିଜ୍ଞା ପରେବି ନାରୀଙ୍କ ସହ ଅତ୍ୟାଚାର ରୋକିବାର ନା ନେଉନି I ଦେଶର ବିଭିନ ସ୍ଥାନରୁ କଉଠି ନିରୀହ ଝିଅ ମାନଙ୍କ ସହିତତ କଉଠି ମହିଳା ମାନଙ୍କ ସହିତ ବଳାତ୍କାର ହେବାର ଘଟଣା ସାମ୍ନାକୁ ଆସୁଛି ଯାହା ମାନବିକତା ,ଦୟାଳୁ ତଥା ନାରୀର ସ୍ୱାଭିମାନକୁ ତଳେ ପକାଇଦେଉଛି I ଆଉ ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସମ୍ଭଳର ହାୟତନଗର ଥାନା କ୍ଷେତ୍ର ଅଂଚଳରେ ଯେଉଁଠି ଏକ 16 ବର୍ଷର ଝିଅ ସହିତ ହେଇଛି ଗ୍ୟାଙ୍ଗରେଫେ I

ଖବର ଅନୁସାରେ ହାୟତନଗର ଥାନା କ୍ଷେତ୍ରରେ ଏକ ରାଜପଥ ନିବାସୀ 16 ବର୍ଷୀୟା କେଶରୀ ତାର ଦିଦି ସହ ରାଜପଥରେ ଥିବା ମେଡିସିନି ଷ୍ଟୋରକୁ ମେଡିସିନି ଆଣିବାକୁ ଯାଇଥିଲା I ସେହି ସମୟରେ ରାଜପଥର ଏକ ଯୁବକ କେଶରୀକୁ ଫୁସୁଲାଇକି ସାଙ୍ଗରେ ନେଇଗଲା I ଯୁବକ ଜଣକ କେଶରୀକୁ ଘରେ ବନ୍ଧି ବନାଇ ନିଜ ଭାଇ ସହ ମିଶି କଲା ଗ୍ୟାଙ୍ଗରେଫେ I

ଯେତେବେଳେ କେଶରୀ ଦୁଷ୍କର୍ମର ବିରୋଧ କରିବାକୁ ଗଲା ତାକୁ ମାଡ଼ ମାରିଲେ ତାପରେ କେଶରୀ ଅଚେତା ଅବସ୍ଥାରେ ସଡକ ପାର୍ଶ୍ୱରୁ ମିଳିଲା I କେଶରୀର ପିତା ଦୋଷୀଙ୍କ ବିରୋଧରେ ରିପୋର୍ଟ ଲେଖିବା ପରେ ପୋଲିସ ଚାରିଜଣକୁ ଉପରେ ମାମଲା ରୁଜୁ କରି ପୀଡ଼ିତାକୁ ହସ୍ପିଟାଲ ପଠାଇଛି I

Leave a Reply

Your email address will not be published. Required fields are marked *