ରାସ୍ତା ରେ ଗଡ଼ିଚଳକ ଙ୍କ ବେହୁସିଆର୍ ଗାଡି ଚାଳନା ପାଇଁ ଅନେକ ଧାନ ଜୀବନ ନଷ୍ଟ ହେଉଛି। ବିହାର ର ରାଜଧାନୀ ପାଟନା ର ଅଗମକୁଆଁ ଥାନା ଅଂଚଳସ୍ଥ ପୁରୁଣା ବାଇପାସ୍ ସଡ଼କ ରେ ଏକ ସଡ଼କ ଦୁର୍ଘଟଣା ଘଟି ଚାରିଜଣ ଙ୍କ ମୃତ୍ୟୁ ଘଟିଛି। ଗାଡି ଚାଳକ ର ଏଭଳି ଗଡ଼ିଚଳନ ପାଇଁ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ଗଡିଚଳକ ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଯାହା ଫଳରେ ଘଟଣା ସ୍ଥଳରେ ଚାଳକ ଙ୍କ ମୃତ୍ୟୁ ହୋଇଥିଲା।
ଲୋକ ଙ୍କ କହିବା ଅନୁସାରେ ଗୋଟିଏ ଏସୟୁବି କାର ସଡ଼କ ପାର୍ଶ୍ବ ରେ ସୋଇଥିବା ୪ ଜଣ ଲୋକ ଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଯାହା ଦ୍ଵାରା ତିନି ଜଣ ଲୋକ ଙ୍କ ଘଟଣା ସ୍ଥଳରେ ମୃତୁ ଘଟିଥିବା ବେଳେ ଆଉ ଜଣଙ୍କ ର ସ୍ଥାନୀୟ ହସ୍ପିଟାଲ୍ ରେ ମୃତ୍ୟୁ ଘଟିଥିବା ର ପୋଲିସ ସୂତ୍ର ରୁ ସୂଚନା ମିଳିଛି।
ଏହି ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ସେଠାରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲା କିନ୍ତୁ ସ୍ଥାନୀୟ ଲୋକମାନେ ତାହାଙ୍କୁ ଧରିନେଇ ନିସ୍ତୁକ ମାଡ଼ ମାରିଥିଲେ। ଯାହାଦ୍ବାରା ସେହି ଡ୍ରାଇଭର ର ଘଟଣା ସ୍ଥଳ ରେ ହିଁ ମୃତୁ ଘଟିଥିଲା।