ସାହାରା ଇଣ୍ଡିଆ ମ୍ୟାଚୁରିଟି ପରେ ବି ମିଳିଲାନି ଟଙ୍କା: ସେପଟେ ଟଙ୍କା ନହେବାରୁ ଭାଙ୍ଗିଗଲା ଦିବ୍ୟାଙ୍ଗଙ୍କ ଝିଅଙ୍କ ବିବାହ

ଝିଅ ବାହାଘର ପାଇଁ ସାହାରା ଇଣ୍ଡିଆ ରେ ଜମା କରିଥିଲେ ଟଙ୍କା Iଭାବିଥିଲେ ଝିଅ ବାହାଘର କୁ ଏକାଥରେ ଅଧିକ ପରିମାଣରେ ଟଙ୍କା ମିଳିବ ଯେଉଁଥିରେ କି ତାଙ୍କ ଝିଅ ର ବିବାହ ହେଇପାରିବ I ତେବେ ମ୍ୟାଚୁରିଟି ପରେ ବି ମିଳିଲାନି ଟଙ୍କା ,ଅଧାରେ ରହିଗଲା ଝିଅ ବାହାଘର I ଘଟଣାଟି ଖୋର୍ଦ୍ଧା ଜିଲା ନିରାକାରପୁର ଅନ୍ତର୍ଗତ ଶ୍ରୀରାମ ବଜାର ର I ଏଠାରେ ଥିବା ବଜାର ନିକଟସ୍ଥ ଅଫିସ ରେ ଜମା ରଖିଥିବା ଲୋକମାନଙ୍କର ମ୍ୟାଚୁରିଟି ପୁରିବା ପରେ ମଧ୍ୟ ଟଙ୍କା ମିଳିପାରୁନାହିଁ ,ଯେଉଁଥିପାଇଁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ଏବଂ ଆଜି ଅଫିସ ରେ ତାଲା ପକାଇ ଆନ୍ଦୋଳନ କରିଥିଲେ ଜମାକାରୀମାନେ I

ସେହିପରି ଜଣେ ଜମାକାରୀ କେଳି ସାହୁ(୭୦) ଙ୍କ କହିବାନୁଯାୟୀ ତାଙ୍କ ମାନସିକ ଭିନ୍ନକ୍ଷମ ର ଝିଅ ବିବାହ ସ୍ଥିର ସରିଥିଲେ ମଧ୍ୟ ଟଙ୍କା ନମିଳିବାରୁ ବିବାହ ଭାଙ୍ଗିଯାଇଛି I

Leave a Reply

Your email address will not be published. Required fields are marked *