କଥାରେ ଅଛି ଚାକିରୀ କରିବ ତ ସରକାରୀ ଚାକିରୀ I କାମ ହେଉ କି ନହେଉ ବସି ବସି ଘରକୁ ଆସିଲେ ମାସ ଶେଷକୁ ଦରମା ସେଥିରେ ପୁଣି ଉପୁରି ଉପରେ ଉପୁରି ,ଥରେ ଚାକିରୀ କରିଦେଲେ ସାତ ପୁରୁଷ ଙ୍କ ପାଇଁ ସମ୍ପତି ଠୁଳ I ତେବେ ଏମିତି ଭାବୁଥିବା ସରକାରୀ ଚାକିରିଆ ବାବୁ ମାନଙ୍କ ପାଇଁ ଆସୁଛି ଖରାପ ବେଳା I ଓଡିଶା ରେ ଲାଗୁହେବାକୁ ଯାଉଛି ନୂଆ ନିୟମ I ଏହି ନିୟମ ଅନୁଯାଇ ଯେଉଁମାନଙ୍କର ବୟସ ୫୦ ଓ ୫୫ ବର୍ଷ ହେଇସାରିଥିବା କିମ୍ବା ୩୦ ବର୍ଷର ଚାକିରି ପୂରଣ ହେଇସାରିଥିବ ସେମାନଙ୍କର ଏକ ଲିଷ୍ଟ ତିଆରି କରାଯାଇ କାହା ବିରୋଧ ରେ ଦୁର୍ନୀତି ଅଛି କି ନାଇଁ ସେସବୁ ତର୍ଜମା କରାଯିବ I ଯେଉଁମାନେ ଦୁର୍ନୀତି ରେ ଲିପ୍ତ ଥିବେ ,ଅଯୋଗ୍ୟ ବୋଲି ଜଣାପଡିବ ସେମାନଙ୍କୁ ଆଗୁଆ ଅବସର ଦିଆଯିବ I