ମନ୍ତ୍ରୀ ଙ୍କ ବୈଠକ ରେ ଯୋଗ ଦେଲେନି ଜିଲ୍ଲା ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷ । ଢେଙ୍କାନାଳ ବିଜେଡି ରେ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଜିଲ୍ଲା ପରିଷଦ ୧୮ ତମ ଯୋଜନା କମିଟି ବୈଠକ ଗତ ୧୦.୦୨.୨୦୨୦ ରେ ଜିଲ୍ଲା ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲାର ଅନ୍ୟାନ୍ୟ ମନ୍ତ୍ରୀ, ବିଧାୟକ ଓ ବିଧାୟିକା ବି ଯୋଗଦାନ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ସରକାରୀ ଦଳର ହେଇ ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତି ନାୟକ , ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ଓ ବହୁ ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେଇ ନଥିଲେ । ଏହାକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହା ହେଉଛି ବିଜେଡି ଜିଲ୍ଲା ସଭାପତି ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ହାମବଡା ହାକିମଗିରି ରାଜନିତୀ ର ଫଳାଫଳ । ମନ୍ତ୍ରୀ ଙ୍କ ଏହି ହାକିମ ଗିରି କୁ ଢେଙ୍କାନାଳର ସବୁଠାରୁ ପ୍ରତିପ୍ରତ୍ତିଶୀଳ ବିଧାୟକ ସୁଧୀର କୁମାର ସାମଲ ମହୋଦୟ ଅକୁଣ୍ଠ ସମର୍ଥନ କରୁଥିବା ଶୁଣାଯାଉଛି । ଜିଲ୍ଲା ପରିଷଦ ରେ ସଭ୍ୟ ମାନଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ସରକାରୀ ଦଳର ସଭ୍ୟ, ଅଧ୍ୟକ୍ଷ ଓ ଉପାଧକ୍ଷ ମାନଙ୍କୁ ଆଦୌ ଗୁରୁତ୍ବ ନମିଳିବା ଦ୍ବାରା ବିରୋଧି ଦଳର ସଭ୍ୟ ମାନେ ତାତ୍ସଲ୍ୟ କରୁଛନ୍ତି । କେବଳ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ଯାହା କହିବେ ତାହା ଅକ୍ଷରେ ଅକ୍ଷରେ ପାଳନ ହେବ । ଜିଲ୍ଲା ପରିଷଦ ମାନେ ଚାକର ପରି ହାଁ ଜି ହାଁଜି କରିଲେ ହି ଦଳର ଶୃଙ୍ଖଳିତ କର୍ମୀ ହିସାବରେ ଗଣା ହେବେ ।ସରକାରୀ ଦଳର ହେଇ ମଧ୍ୟ ନିଜ ଅଞ୍ଚଳର ସମସ୍ୟା ତଥା ଉନ୍ନତିରେ ସହାୟ ହୋଇପାରୁନଥିବାରୁ ବାରମ୍ବାର ନିଜ ଅଞ୍ଚଳର ଜନସାଧାରଣଙ୍କ ଦ୍ବାରା ସମାଲୋଚିଚ ହେଉଛନ୍ତି । ବହୁ ଦିନରୁ ଚାପି ହୋଇ ରହିଥିବା ଏ ଅସନ୍ତୋଷ ଯୋଜନା କମିଟି ବୈଠକରେ ପ୍ରତିଫଳିତ ହୋଇଛି । ଯଦି ମନ୍ତ୍ରୀ ମହୋଦୟଙ୍କ ଏହିପରି ଜମିଦାରୀ ଢାଞ୍ଚା ଜାରୀ ରହେ ତେବେ ଏ ମନୋମାଳିନ୍ୟ ଦଳରେ ପ୍ରବଳ ଅସନ୍ତୋଷ ତଥା ବିଦ୍ରୋହର ରୂପ ବି ନନେବ ବୋଲି ଅସ୍ବିକାର କରି ହେବନି । ଏ କଥା ରଜ୍ୟ ନେତୃତ୍ବ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି । କର୍ମୀଙ୍କୁ ଅସମ୍ମାନ କରି କେବଳ ପୁଞ୍ଜିପତି ଙ୍କ ପଇସାରେ ଭୋଟ କିଣି କ୍ଷମତା ଦଖଲ କରିବା ପେଞ୍ଚ ସବୁବେଳେ ସଫଳ ହେବନାହିଁ ବୋଲି ଦଳ ହାଇକମାଣ୍ଡ ହେଜିବା ଦରକାର ।

Leave a Reply

Your email address will not be published. Required fields are marked *