୩ ହଜାର କି.ମି ଆମ୍ବୁଲାନ୍ସ ଚଳାଇ ସାଙ୍ଗର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲେ

ରାଜଦ୍ୱାର ,ସ୍ମଶାନ ,ବିପଦ ସମୟରେ ଯିଏ ପାଖରେ ଠିଆ ହୁଏ ତାକୁ ହିଁ ବନ୍ଧୁ କୁହାଯାଏ I ବର୍ତମାନ ପରିସ୍ଥିତି ରେ ଲକ ଡାଉନ ପାଇଁ ସମସ୍ତେ ତାଲା ବନ୍ଦି ଥିବାବେଳେ ମିଜୋରାମ ର ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି I ବଁଅନ୍ଧୁ`ବନ୍ଧୁ ଯେ ଏଭଳି ହେଇପାରେ ତାହାର ସଜ୍ଞା କୁ ନୂଆ ରୂପରେ ଦେଇଛନ୍ତି ଜଣେ ବନ୍ଧୁ I ମୃତ ବନ୍ଧୁ ଙ୍କୁ ନିଜେ ଆମ୍ବୁଲାନ୍ସ ଚଳାଇ 3000 କିମି ଯାତ୍ରା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ବନ୍ଧୁ ଜଣଙ୍କ I ସୂଚନା ଅନୁଯାୟୀ ଘଟଣା ଟି ଚେନାଇ ର I

ଚେନାଇ ର ୨୩ ବର୍ଷୀୟ ବିବିୟନ ଲାଲରେମସାଙ୍ଗା ମିଜୋରାମର ରାଜଧାନୀ ରେ ପଢୁଥିଲେ I ତେବେ ଏଭଳି ସମୟରେ ଗତ ୨୩ ତାରିଖରେ ତାଙ୍କର ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁ ହେଇଥିଲା ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ବନ୍ଧୁ ଏବିଏଲ୍‌ ମାଲଛନିମାଙ୍କୁ ହସ୍ତାନ୍ତର କରିଥିଲେ I କିନ୍ତୁ ଏବେ ତାଲା ବନ୍ଦୀ ପାଇଁ ମୃତ ଦେହ କୁ ପରିବାର କୁ ଦେବା ଅସମ୍ଭବ କାହିଁକିନା ଦୂରତା ପାଖାପାଖି 3000 କିଲୋମିଟର ରୁ ଅଧିକ ଥିଲା I କିନ୍ତୁ ଘର ଲୋକଙ୍କ ବେଦନା ବୁଝିପାରିଥିଲେ ବନ୍ଧୁ ଜଣଙ୍କ I ଚେନାଇ କୁ ପହଞ୍ଚାଇ ବାକୁ ଚାହିଁଥିଲେ ମଧ୍ୟ ସମ୍ଭବ ନଥିଲା ଏକ ଆମ୍ବୁଲାନ୍ସ ଯୋଗାଡ଼ ହେଇଥିଲେ ମଧ୍ୟ ଡ୍ରାଇଭର ମିଳିନଥିଲେ ଏତେ ବାଟ ଯିବାକୁ ଶେଷରେ ବନ୍ଧୁ ନିଜେ ଗାଡି ଚଳାଇ ବନ୍ଧୁ ଙ୍କ ପରିବାର ଙ୍କୁ ମୃତ ଦେହ ହସ୍ତାନ୍ତର କରିଥିଲେ I

Leave a Reply

Your email address will not be published. Required fields are marked *