କରୋନା ମହାମାରୀ ରେ ମିଳୁନି କାମ ,ଏମିତି ଅଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍ ରାନୁ ମଣ୍ଡଳ

ଟ୍ରେନ ଷ୍ଟେସନ ରୁ ବୁଲି ବୁଲି ଜୀବନ ବିତାଉଥିବା ରାନୁ ମଣ୍ଡଳ ଅଚାନକ ’ଏକ ପ୍ୟାର କା ନଗମା…ଗୀତ ଗାଈ ସୋସିଆଲ ମିଡିଆରେ ଚହଳ ପକାଇଦେଇଥିଲେ I ଦିନକୁ ଦିନ ତାଙ୍କ ଫ୍ୟାନ ଫଲୋୟର ଅହେତୁକ ଭାବରେ ବୃଦ୍ଧି ପାଇଥିଲା I ବଲିୟୁଡ଼ ରେ ଏଣ୍ଟ୍ରି କରିଥିଲେ ରାନୁ I ତେବେ ବିବାଦ ମଧ୍ୟ ରାନୁ ଙ୍କ ପିଛା ଛାଡି ନଥିଲା I ଜଣେ ଫଲୋୟର ଫୋଟୋ ଉଠାଇବା ବେଳେ ମୁଁ ସେଲିବ୍ରିଟି କହି ବିବାଦ କୁ ଆସିଥିଲେ ଏପରିକି ସାମ୍ବାଦିକ ଙ୍କ ପ୍ରେସ ମିଟ ରେ ଖାମଖିଆଲି ଭାବରେ ଫଳ ଖାଇ ସେ ଜବାବ ରଖିଥିଲେ I ଏହାପରେ ଦିନକୁ ଦିନ ତାଙ୍କ ଫ୍ୟାନ କମିବାରେ ଲାଗିଥିଲେ I ଯେଉଁ ସୋସିଆଲ ମିଡ଼ିଆ ତାଙ୍କୁ ରାତାରାତି ଷ୍ଟାର ସଜେଇଥିଲା ସେଇ ସୋସିଆଲ ମିଡ଼ିଆ ରେ ତାଙ୍କୁ ଲୋକେ ନାପସନ୍ଦ କରିବା ସହିତ ଘୃଣା କରିଥିଲେ ବ୍ୟବହାର ପାଇଁ I

ତେବେ ନିକଟରେ କରୋନା ମହାମାରୀ ପାଇଁ ସମସ୍ତେ ଗୃହବନ୍ଦୀ ଥିବାବେଳେ ସିନେ ଜଗତ ମଧ୍ୟ ନିରବ ରହିଛି I ଏପରି ସ୍ଥଳରେ ରାନୁ ଙ୍କ ଅବସ୍ଥା କିଭଳି ଅଛି ସମସ୍ତେ ଜାଣିବାକୁ ଚାହିଁଥିବା ବେଳେ ଜଣେ ସାମ୍ବାଦିକ ରାନୁ ଙ୍କ ଘରେ ପହଁଚି ଥିଲେ I ଲକ୍‌ଡାଉନ୍‌ ପାଇଁ ସେ ଘରେ ଅଛନ୍ତି କୌଣସି କାମ ତାଙ୍କୁ ମିଳିନାହିଁ ଯଦିଓ ତଥାପି ସେ ଭଲରେ ଅଛନ୍ତି ବୋଲି କହିଥିଲେ I ଏଭଳି କଷ୍ଟ ସମୟରେ କେବଳ ଭଗବାନ ଙ୍କୁ ପ୍ରାଥନା କରନ୍ତୁ ସେହିଁ ସବୁ କଷ୍ଟ ଲାଘବ କରିବେ I

Leave a Reply

Your email address will not be published. Required fields are marked *