ଏଥର ରୁମାଲ୍ ବାନ୍ଧିଲେ ଗଣିବେ ଫାଇନ , କାର ଭିତରେ ବି ମାସ୍କ୍ ପିନ୍ଧିବା ହେଲା ଜରୁରୀ

ଏବେଠୁ ଆପଣ ନିଜ କାର ରେ ଯାଉଛନ୍ତି ଭାବି ଯଦି ଫାଇନ ଦେବାକୁ ପଡ଼ିବ ନାହିଁ ମାସ୍କ୍ ନଥିଲେ ଭାବୁଛନ୍ତି ତେବେ ଫାଇନ ସହ ଜେଲ୍ ଯିବାକୁ ସତର୍କ ହୋଇ ଜାନ୍ତୁ।
ଦିଲ୍ଲୀ ପୋଲିସ ଏ ନେଇ ୯ ଅଗଷ୍ଟ ଦିନ ଏକ ନିୟମାବଳୀ ଜାରି କରିଛି। ଯାହା ଫଳରେ ଉଭୟ ବାଇକ୍ ଓ କାର୍ ରେ ଯାଉଥିବା ଲୋକ ମାନେ ମାସ୍କ ପିନ୍ଧିବାକୁ ବାଧ୍ୟ।
ଯଦି କାର ରେ ଜଣେ ଅଛନ୍ତି ସେ ମାସ୍କ୍ ନ ପିନ୍ଧିଲେ ଚଳିବ ହେଲେ ଯଦି ଜଣକ ଠୁ ଅଧିକ ଅଛନ୍ତି ତାହେଲେ ମାଷ୍କ୍ ପିନ୍ଧିବା ନିହାତି ଆବଶ୍ୟକ।
ଆଜି ଗୋଟିଏ ଦିନରେ ଦିଲ୍ଲୀ ପୋଲିସ ଏହି ପାଇଁ ୧୨୦୦-୧୫୦୦ ଲୋକଙ୍କ ପାଖରୁ ଚାଲାଣ କାଟି ସାରିଛି।

ପୋଲିସ ଏହା ମଧ୍ୟ ଦର୍ଶାଇଛି ଯେ କାର ରେ ବସିଥିବା ଲୋକ ଯଦି ମାସ୍କ ନା ପିନ୍ଧି କାଚ ଖୋଲେ ତେବେ ଭୁତାଣୁ ବାହାରକୁ ଆସି ସଂକ୍ରମିତ କରିବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ମାସ୍କ ଅନିବର୍ଯ୍ୟ।
ଏହା ସହ ପୋଲିସ ଏହା ଅଭିଯୋଗ ଆଣିଛି ଯେ କିଛି ଲୋକ ରୁମାଲ୍ କୁ ମାସ୍କ ପରି ବ୍ୟବହାର କରୁଛନ୍ତି ଏବିଁ ବେକରେ କିଛି ଝୁଲାଇ ବୁଲୁଛନ୍ତି, ଏଥି ପାଇଁ ମଧ୍ୟ ଟଙ୍କା ଆଦାୟ କରାଯିବ।
ଡବଲ ଲେୟର ମାସ୍କ ହେବା ଜରୁରୀ ଯେଉଁଥିରେ ସଂପୂର୍ଣ୍ଣ ମୁଁହ ଏବଂ ନାକ ଘୋଡେଇ ହୋଇ ପାରିବ।ରୁମାଲ୍ ଏହା ପାଇଁ ବିକଳ୍ପ ନୁହେଁ।

Leave a Reply

Your email address will not be published. Required fields are marked *