ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପୁଣି ୭ କୋଟି ୫୦ ଲକ୍ଷ ଟଙ୍କା ଦେଲେ ସୁବ୍ରତ ବାଗଚୀ ,ପୂର୍ବରୁ ଅଢେଇ କୋଟି ଦେଇଥିଲେ

ଦିନକୁ ଦିନ ହୁ ହୁ ହେଇ କରୋନା ମହାମାରୀ ବଢି ଚାଲିଥିବା ବେଳେ ଏହାକୁ ରୋକ ଲଗାଇବାକୁ ସରକାରୀ ସ୍ତର ରେ ଉଦ୍ୟମ କରାଯାଉଛି I ବହୁ ବଦାନ୍ୟ ବ୍ୟକ୍ତି ସରକାରୀ ପାଣ୍ଠି କୁ ଦାନ ଦେଉଥିବା ବେଳେ ସରକାର ଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ପୂର୍ବରୁ ମଧ୍ୟ ଅଢେଇ କୋଟି ଟଙ୍କା ଦାନ କରି ସମସ୍ତଙ୍କ ହୃଦୟ ଜିତି ଯାଇଥିଲେ I ପୂର୍ବ ଦାନ ତାଙ୍କ ମାଟି ବଲାଙ୍ଗୀର ପାଇଁ ଖର୍ଚ କରିବାକୁ ଅନୁରୋଧ କରିଥିବା ବେଳେ ଏଥରକ ଏହି ବଡ ଅର୍ଥ ସାରା ଓଡିଶା ପାଇଁ କାମରେ ଲାଗିବ ବୋଲି ସେ ଆଶା କରିଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗଚୀ ଦମ୍ପତିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଜି ଆୟୋଜିତ ଏକ ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ,ଶ୍ରୀଯୁକ୍ତ ସୁବ୍ରତ ଙ୍କ ଠାରୁ ଏହି ପରିମାଣର ଚେକ୍‌ ଗ୍ରହଣ କରିଛନ୍ତି I ସୂଚନା ଥାଉ କି କରୋନା ସମ୍ପର୍କୀୟ ଟିକିନିକି ଖବର କୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିବା ସହିତ ଲୋକଙ୍କୁ ସଚେତନ କରି ସମସ୍ତଙ୍କ ହୃଦୟ ଜିତି ଯାଇଛନ୍ତି ଶ୍ରୀଯୁକ୍ତ ସୁବ୍ରତ ମହୋଦୟ I କେତେବେଳେ ପୁରାଣ ହେଉ କି ବିଜ୍ଞାନ ସବୁ କଥାରେ ଅତି ସୁନ୍ଦର ଭାବେ ସାଢେ ଚାରି କୋଟି ଙ୍କ ମନକୁ ଛୁଇଁ ଯାଇଛନ୍ତି ଶ୍ରୀଯୁକ୍ତ ବାଗଚି,ଆଜି ବି ତାଙ୍କ ଲାଇଭ ଆସିଲେ ଗଣମାଧ୍ୟମ ରେ ଟିଆର୍ପି ସବୁଠାରୁ ଅଧିକ ଆସିଥାଏ I

Leave a Reply

Your email address will not be published. Required fields are marked *