ଦେଶରେ ଲଗାତାର ପେଟ୍ରୋଲ ଦାମ୍ ବୃଦ୍ଧିକୁ ନେଇ ଲୋକ ଚିନ୍ତାରେ ଅଛନ୍ତି।
ବଢୁଥିବା ଦାମ୍ ଛଡ଼ା ପେଟ୍ରୋଲ ପମ୍ପ ରେ ହେଉଥିବା ଲଗାତାର ହେଉଥିବା ଧୋକଦାରୀରେ ଲୋକମାନେ ଚିନ୍ତାରେ ଅଛନ୍ତି।ଦେଶରେ ଅଧିକାଂଶ ପେଟ୍ରୋଲ ପମ୍ପ ଏହିଭଳି ଧୋକା ଦେଇଛନ୍ତି କି ସେମାନେ ଲିଟର ରେ ଦିଆ ଯାଉଛି ଗୋଟେ ଲିଟରରୁ କମ୍ ପେଟ୍ରୋଲ।
ସେଥିପାଇଁ ବହୁତ୍ ଲୋକଙ୍କ ପକେଟ୍ ଉପରେ ବହୁତ୍ ପ୍ରଭାବ ପଡୁଛି।ଆଜି ଆମେ ଏପରି ଏକ ଟ୍ରିକ ବିଷୟରେ ଜାଣିବା ଯାହା ଦ୍ବାରା ଆପଣମାନେ ବହୁତ୍ ସହଜରେ ଏଭଳି ଚୋରିକୁ ଧରି ପାରିବେ।
କିଛି ଲୋକ ବାଇକ୍ କିମ୍ବା କାର ରେ ବସି ପେଟ୍ରୋଲ ପକାଉଥିବାର ନଜର ଆସିଛି।ଆପଣଙ୍କୁ ଦେଖିବାକୁ ପଡ଼ିବ ଯେ ଆପଣଙ୍କ କାର କିମ୍ବା ବସ୍ ରେ ପେଟ୍ରୋଲ ପକେଇବା ସମୟରେ ତେଲ ମିଟର ପାଖରେ ଯାଇ ଠିଆ ହେବାକୁ ପଡ଼ିବ।
ଯେଉଁଠି ଆପଣ ସେଲ୍ସ ମ୍ୟାନ ଉପରେ ଆପଣ ନଜର ରଖିପାରିବେ।ଏମିତିବି ବହୁତ୍ ଜାଗାରେ ଦେଖାଯାଏ କି ଯେବେ ଆପଣ ପେଟ୍ରୋଲ ଭରୁଥିବା ପାଖରେ ଥିବା ସେଲ୍ସ ମ୍ୟାନ ମିଠା ମିଠା କଥା କହିବାକୁ ଲାଗେ ପ୍ରକୃତରେ ତାହା ଏକ ତରିକା ଅଟେ ଯେଉଁଥିରେ କି ଗ୍ରାହକର ଧ୍ୟାନ କେଉଁ କଥା ଉପରେ ଲାଗିଯାଏ।ଏହା ଛଡ଼ା ବହୁଥର ଆପଣ ପେଟ୍ରୋଲ ଭରୁଥିବା ବେଳେ ଯେତିକି ମୂଲ୍ୟର ତେଲ ପକାଉଛନ୍ତି ସେତିକି ମୂଲ୍ୟ ମିଟରରେ ସେଟ୍ କରାଇ ନିଅନ୍ତି।
ବହୁତ୍ ଥର ଲୋକେ ନିଜ କାର୍ କିମ୍ବା ବାଇକରେ ପୁରା ତେଲ ସରିବା ପରେ ତେଲ ଭରିବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥାନ୍ତି।କିନ୍ତୁ ଆପଣଙ୍କୁ କହି ରଖୁଛି କି ଏମିତି କଲେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ।ବହୁତ୍ ଥର ଖାଲି ତେଲ ଟାଙ୍କିରେ ପବନର ପରିମାଣ ଅଧିକ ହୋଇଯାଇଥାଏ।ଯେଉଁଥିରେ ପେଟ୍ରୋଲ ଭରିଲେ ସେଥିରେ ପେଟ୍ରୋଲର ମାତ୍ରା କମି ଯାଇଥାଏ।