ମହାଭାରତ ରେ ଭାରତ ର କଣ କ୍ଷତି ହୋଇଥିଲା

ରହସ୍ୟ ଓ ରୋମଞ୍ଚକ ଭରା କାହାଣୀ ହେଉଛି ମହାଭାରତ।ମହାଭାରତ ଥିଲା ଧର୍ମ ଏବଂ ସତ୍ୟର ଲଢେଇ।

ଆମ ହିନ୍ଦୁ ଧର୍ମର ପୌରାଣିକ କଥା ମଧ୍ୟରୁ ଏହି ମହାଭାରତ ହେଉଛି ସବୁଠୁ ବିଚିତ୍ର।

ଆଜି ଆମେ ମହାଭାରତ ଯୁଦ୍ଧର ସମାପ୍ତି ପରର କଥା ଜାଣିବା।ଆପଣମାନେ ଜାଣିଥିବେ ମହାଭାରତ ଯୁଦ୍ଧରେ ପାଣ୍ଡବ ଆଉ କୌରବ ମଧ୍ୟରେ ଯୁଦ୍ଧ ହୋଇଥିଲା।ଶାସ୍ତ୍ର ଓ ବିଭିନ୍ନ ପୌରାଣିକ ବର୍ଣ୍ଣନା ଅନୁଯାୟୀ ଏହି ଯୁଦ୍ଧରେ କୋଟି କୋଟି ଯୋଦ୍ଧା ନିହତ ହୋଇଥିଲେ।

କିନ୍ତୁ ଯୁଦ୍ଧରେ କେତେ ସୈନିକ ମୃତ୍ୟୁ ବରଣ କରିଥିଲେ ଏକଥା ଖୁବ୍ କମ୍ ଲୋକଙ୍କୁ ଜଣାଥିବ।ତେବେ ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧ ପରେ କଣ ଘଟିଥିଲା।ଏବଂ କେତେ ସୈନିକ ମୃତ୍ୟୁବରଣ କରିଥିଲେ।ଶେଷରେ ଦୁର୍ଯୋଧନ କୁ ମାରିବା ପରେ ପାଣ୍ଡଵମାନେ ବିଜୟୀ ହେଲେ ଏବଂ ଶ୍ରୀକୃଷ୍ଣଙ୍କ ସହ ପାଣ୍ଡବ ମାନେ ଗନ୍ଧାର ଆଉ ଧୃତରାଷ୍ଟ୍ର ଙ୍କୁ ଭେଟିବାକୁ ଗଲେ।

ଯେଉଁଠ ଧୃତରାଷ୍ଟ୍ର ମହାନ୍ ଯୋଦ୍ଧା ଭିମଙ୍କୁ ମାରିବାକୁ ଚାହିଁଥିଲେ।କାରଣ ଭୀମ ଧୃତରାଷ୍ଟ୍ର ଙ୍କ ସମସ୍ତ ଶହେ ପୁତ୍ରଙ୍କର ହତ୍ୟା କରିଥିଲେ।କିନ୍ତୁ ଶ୍ରୀକୃଷ୍ଣଙ୍କ ଚତୁରପଣ ଯୋଗୁ ଭିମଙ୍କ ଜୀବନ ବଞ୍ଚେଇଥିଲେ।ଏହାପରେ ପାଣ୍ଡବ ମାନେ ଗାନ୍ଧାରୀଙ୍କୁ ଭେଟିବାକୁ ଯାଇଥିଲେ।

ଗାନ୍ଧାରୀ ପ୍ରଥମେ ବହୁତ୍ ରାଗିଯାଇଥିଲେ।ଏବଂ କିଛିସମୟ ପରେ ଶାନ୍ତ ହୋଇଯାଇଥିଲେ।ଏବଂ ଏହାପରେ ମହର୍ଷି ବ୍ୟାସଦେବ କହିବା ପରେ ସମସ୍ତଙ୍କୁ କୁରୁକ୍ଷେତ୍ର ଯାଇଥିଲେ।ସେଠାରେ ପହଂଚିବ ପରେ ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ଯୁଦ୍ଧରେ କେତେ ସୈନିକ ପ୍ରାଣ ହରାଇଛନ୍ତି।

ଉତ୍ତରରେ ଯୁଧିଷ୍ଠିର କହିଛନ୍ତି ଏକ ଆରବ ୭୬କୋଟି କୋଡ଼ିଏ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି।ଏବଂ ୨୪୧୬୫ ଯୋଦ୍ଧା ବିଷୟରେ କୌଣସି ଖବର ନାହିଁ।

ଯୁଧିଷ୍ଠିରଙ୍କ ଏହି ଉତ୍ତର ଦ୍ବାରା ଜାଣିବାକୁ ହେବ ଯେ ଯୁଦ୍ଧରେ କେତେ ସୈନିକ ପ୍ରାଣ ହରେଇଥିଲେ।

Leave a Reply

Your email address will not be published. Required fields are marked *