ବଲାଙ୍ଗୀର ଜନସମ୍ପର୍କ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ଙ୍କ ସହିତ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇଥିବା ବେଳେ ହଠାତ ଜଣେ ଯୁବକ ମନ୍ତ୍ରୀ ଙ୍କ ଉପରେ ଥିବା ଅସନ୍ତୋଷ କୁ ଜାହିର କରି ଗହଳି ଭିତରୁ ଅଣ୍ଡା ମାଡ କରିଥିଲା I ଉପସ୍ଥିତ ଥିବା ବିଜୁ ଯୁବ ବାହିନୀ ସମ୍ପୃକ୍ତ ଯୁବକ ଙ୍କୁ ଗୋଡ଼ାଇ ପିଟିଥିବା ବେଳେ ପୋଲିସ ଯୁବକ ଜଣଙ୍କୁ ନେଇ ଗାଡ଼ିରେ ବସାଇଥିଲା ଏବଂ ଉତ୍ୟକ୍ତ ଯୁବକ ମାନଙ୍କୁ ଘଉଡ଼େଇ ଦେଇଥିଲା କିନ୍ତୁ ଶକ୍ତି ମନ୍ତ୍ରୀ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ I
ରାଗି ପାଚି ଯୁବକ ଜଣଙ୍କୁ ପୋଲିସ ଭ୍ୟାନ୍ ଭିତରେ ପଶି ନିସ୍ତୁକ ମାଡ ମାରିଥିଲେ I ପୋଲିସ ଉପସ୍ତିତି ରେ ଘଟଣା ଘଟିଥିଲେ ମଧ୍ୟ କୌଣସି ପୋଲିସ ଅଧିକାରୀ ଶକ୍ତି ମନ୍ତ୍ରୀ ଙ୍କୁ ବିରୋଧ କରିନଥିଲେ I
ଘଟଣା ଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଶକ୍ତି ମନ୍ତ୍ରୀ ଙ୍କ ଶକ୍ତି ବିଷୟରେ ଏବେ ଜଣାପଡିଛି I ତେବେ ପ୍ରଶ୍ନ ଉଠୁଛି ଯଦିଓ ଯୁବକ ଜଣଙ୍କ ଅଣ୍ଡା ମାରି ଭୁଲ କରିଛନ୍ତି ଆଇନ ଅନୁଯାଇ ପୋଲିସ ତାଙ୍କୁ ଅଟକ ରଖିଥିବା ବେଳେ ପୋଲିସ କଷ୍ଟୋଡି ରେ ଥିବା ଯୁବକ ଙ୍କୁ ମାଡ ମାରିବାର ଅଧିକାର କିଏ ଦେଲା ମନ୍ତ୍ରୀଙ୍କୁ ??