ବିଜେପି ରେ ମିଶିବେ ବୈଜୟନ୍ତ !! ଖୁବ ଶୀଘ୍ର ଧରିବେ ପଦ୍ମଫୁଲ !!

ବିଜେଡି ରୁ ନିଲମ୍ବନ ପରେ ପିତା ବଂଶୀ ପଣ୍ଡା ଙ୍କ ବିୟୋଗ ରେ ବିଜେଡି ତରଫରୁ କୌଣସି ସହଯୋଗୀ ଯୋଗ ନଦେବାରୁ ଦୁଃଖିତ ହେଇ ଶେଷରେ ବିଜେଡି ରୁ ଏବଂ ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ ପଣ୍ଡା I ପ୍ରଥମରୁ ପ୍ରଧାନମନ୍ତ୍ରୀ ଏବଂ ବିଜେପି କୁ ସମର୍ଥନ କରୁଥିବା ଅଭିଯୋଗ ଆସିଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ ଶ୍ରୀଯୁକ୍ତ ପଣ୍ଡା କ୍ରମଶଃ ପରେ ତାଙ୍କ ହେଉଯାଉ ଚା ଖଟି କୁ ଭଣ୍ଡୁର କରିବାକୁ ବିଭିର୍ଣ୍ଣ ସ୍ଥାନରେ ତାଙ୍କୁ ବେଈଜ୍ଜତ କରାଯାଇଥିଲା ,ଏପରିକି ତାଙ୍କ ହେଲିକପ୍ଟର କୁ ମଧ୍ୟ ଜବତ କରାଯାଇଥିଲା ଯାହାକି ଏବେ ବିଚାରଧୀନ ଅଛି I ଖାଲି ହେଲିକପ୍ଟର ନୁହେଁ ,ଇମ୍ଫା ,ଓରଟେଲ ରେ ମଧ୍ୟ ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଥିବା ଶ୍ରୀଯୁକ୍ତ ପଣ୍ଡା ଅଭିଯୋଗ କରିଥିଲେ I

ଚର୍ଚା ହେଉଥିଲା କି ବୈଜୟନ୍ତ ବିଜେପି ରେ ମିଶିବେ କିନ୍ତୁ କୌଣସି ନିଷ୍ପତି ନେଇନଥିଲେ ପଣ୍ଡା I ଏପରିକି ତାଙ୍କ ଏକ ଚା ଖଟିରେ ବିଜେପି ଉତ୍ତରୀୟ ରେ ମଧ୍ୟ ଦେଖିବାକୁ ମିଳିଥିଲା I ୟା ମଧ୍ୟରେ ବରିଷ୍ଠ ନେତା ଦାମୋଦର ଙ୍କ ବହିଷ୍କାର ପରେ ଏକ ନୂଆ ସମୀକରଣ ଦେଖାଯାଇଥିଲା I

ଦାମ ଏବଂ ବୈଜୟନ୍ତ ଏକ ନୂଆ ଦଳ ଗଠନ କରିବାର ଚର୍ଚା ଚାଲିଥିଲା କିନ୍ତୁ ଦାମ ଙ୍କ କୌଣସି ସମାବେଶ ରେ ବୈଜୟନ୍ତ ଯୋଗ ଦେଇନଥିଲେ ଶେଷରେ ବାଧ୍ୟ ହେଇ ବିଜୁ ସମତା କ୍ରାନ୍ତି ଦଳ ଗଢ଼ିଥିଲେ ଦାମ I କିନ୍ତୁ ଶେଷରେ ବିଜେପି ରେ ଯୋଗ ଦେବେ ବୈଜୟନ୍ତ ଏବଂ ଖୁବ ଶୀଘ୍ର ପଦ୍ମଫୁଲ ଧରିବେ ବୋଲି ଚର୍ଚ୍ଚା ଚାଲିଛି I ଅବଶ୍ୟ ଏନେଇ ବୈଜୟନ୍ତ କିମ୍ବା ତାଙ୍କ ଅଫିସ ତରଫରୁ କୌଣସି ପ୍ରତିକ୍ରିୟା ଆସିନି ତେବେ କର୍ମୀ ମାନଙ୍କ ମଧ୍ୟରେ ବୈଜୟନ୍ତ ଙ୍କ ବିଜେପି ରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋରଦାର ଚାଲିଛି I

Leave a Reply

Your email address will not be published. Required fields are marked *