ଶୀତ ଦିନ ଆରମ୍ଭ ହୋଇ ଗଲାଣି। ଏହି ଦିନରେ କେଶ ର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଏହି ଦିନରେ କେଶ ଅଧିକ ଶୁଷ୍କ ହୋଇ ରୁପି ଜନିତ ସମସ୍ୟା ଦେଖାଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇ ଆମେ କିଛି ଘରୋଇ ଉପଚାର ମଧ୍ୟ କରି ପାରିବା।
୧. ସପ୍ତାହ ରେ ଗୋଟିଏ ଦିନ ଗରମ୍ ନଡିଆତେଲ କିମ୍ବା ବାଦାମ ତେଲ ଚୁଟି ରେ ମାଲିଶ୍ କରିବା ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ବାରା ରକ୍ତ ସଞ୍ଚରଣ ଠିକ୍ ଭାବେ ହୋଇଥାଏ। ଏହା ସହିତ କେଶ ର ରୁକ୍ଷତା ଦୂର ହୋଇଥାଏ।
୨. ଶୀତ ଦିନେ ସମ୍ପୋ କରି ସାରିବା ପରେ ଭଲ ଭାବେ କଣ୍ଡିସନର ଲଗେଇବା ଆବଶ୍ୟକ। ଏହା ଦ୍ବାରା କେଶ ର ରୂକ୍ଷତା ଦୂର ହୋଇଥାଏ। ଏବଂ କେଶ ନରମ ମଧ୍ୟ ରହିଥାଏ।
୩. ଶୀତ ଦିନେ ପ୍ରତି ଦିନ କେଶ ଧୋଇବା ଉଚିତ୍ ନହେଁ। କାରଣ ଶୀତ ଦିନେ ପ୍ରତିଦିନ କେଶ ଧୋଇଲେ କେଶ ମୂଳରେ ଥିବା ପ୍ରାକୃତିକ ତେଲ ଶୁଖି ଯାଇଥାଏ ଏବଂ କେଶ ଅଧିକ ଝଡିଥାଏ।