ବିଜୟ ଙ୍କ ଶତାଧିକ ସମର୍ଥକ ବିଜେପି ଛାଡି ବିଜେଡି ରେ ମିଶିଲେ ,ତେବେ କଣ ସ୍ୱାଭିମାନ ଭୁଲି ବିଜୟ ମିଶିବେ ବିଜେଡି ରେ ??

ରାଜ୍ୟ ରାଜନୀତି ର ଜଣେ ଚର୍ଚିତ ଚରିତ୍ର ବିଜୟ ମହାପାତ୍ର ବିଜେପି ଛାଡିବା ପରେ କେଉଁ ଦଳରେ ମିଶିବେ ଯଦିଓ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ତେବେ ଖୁବ ଶୀଘ୍ର ବିଜେଡି ରେ ମିଶିପାରନ୍ତି ବୋଲି କର୍ମୀ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି I ବିଜୟ ବିଜେପି ଛାଡିବା ପରେ ଆଜି ତାଙ୍କର ପ୍ରାୟ ଶତାଧିକ ସମର୍ଥକ ମାନେ ବିଜେଡି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି I ସମର୍ଥକ ମାନଙ୍କ ମଧ୍ୟରେ 14/16ଜଣ ସରପଞ୍ଚ ,ପୂର୍ବତନ ସରପଞ୍ଚ ,ସମିତିସଭ୍ୟ ମଧ୍ୟ ସାମିଲ ଅଛନ୍ତି I ଏନେଇ ମାର୍ଶାଘାଇ କ୍ରସିଂ ନିକଟ ଜଗନ୍ନାଥ ହୋଟେଲ ରେ ଏକ ପ୍ରେସ ମିଟ ଆୟୋଜନ କରାଯାଇଥିଲା I

ବିଜୟ ଙ୍କ ଏକାନ୍ତ ଅନୁଗତ ମାନେ ହଠାତ ବିଜେପି ଛାଡି ବିଜେଡି ରେ ମିଶିବା ସହଜରେ ଅନୁମାନ କରିହେଉଛି ଯେ ଖୁବ ଶୀଘ୍ର ବିଜେଡି ରେ ମିଶିବେ ବିଜୟ I ଅବଶ୍ୟ ଚର୍ଚା ଚାଲିଛି କି ବୈଜୟନ୍ତ ଙ୍କ ବିପକ୍ଷରେ ବିଜୟ ଅସ୍ତ୍ର ହେବେ I ତେବେ ବିଜୟ ଙ୍କ ଅନ୍ୟ ଦଳ ରେ ଯୋଗଦାନ ବିଶେଷ କରି ବିଜେଡି ରେ ମିଶିବା କୁ ନେଇ ବରିଷ୍ଠ ନେତା ଦାମୋଦର କେଁ ପୁରାଇ କହିଛନ୍ତି କି ଯେଉଁ ଦଳ ଅପମାନ ଦେଇ ବିଦା ପୁଣି ସେହି ଦଳକୁ କଣ ବିଜୟ ଯିବେ ?? ତାଙ୍କର ସ୍ୱାଭିମାନ ଅଛି ସେ ବିଚାର କରିବେ ଯୋଗଦାନ ପୂର୍ବରୁ I

Leave a Reply

Your email address will not be published. Required fields are marked *