କାଳିଆ ଫର୍ମ 50ଟଙ୍କାରେ ବିକ୍ରି କରିବା ପଡିଲା ମହଙ୍ଗା ,ଯୁବକ ଙ୍କ ନାମରେ ଥାନାରେ ଏତଲା

ଚାଷୀ କଲେ ଉର୍ଣ୍ଣତି ,ଦେଶ ହେବ ଉର୍ଣ୍ଣତ ଏପରି ସ୍ଲୋଗାନ ଦେଇ ଚାଷୀଙ୍କ ପାଇଁ ଆରମ୍ଭ ହେଇଥିବା କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ଉଦ୍ୟମ ଆରମ୍ଭକରାଯାଇଥିଲା I ସମସ୍ତ ଚାଷୀଙ୍କୁ ସୁବିଧାରେ ଚାଷ ପାଇଁ ଋଣ ଏବଂ ସହାୟତା ପାଇଁ ନିକଟ ପଞ୍ଚାୟତ ଅଫିସ ରେ କାଳିଆ ଫର୍ମ ମାଗଣାରେ ଉପଲବ୍ଧ ହେଇଥିଲା କିନ୍ତୁ ଅଧିକାଂଶ ଅଂଚଳ ରେ ଫର୍ମ ର କଳାବଜାରୀ ହେବା ସହିତ ଚଢା ଦରରେବିକ୍ରି କରି କିଛି ଅସାଧୁ ମାଲାମାଲ ହେଇଥିଲେ ଯାହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା

8ତାରିଖ ଦିନ ଖଇରା ବ୍ଲକ ମାଖନପୁର ପଞ୍ଚାୟତ ର ଜଣେ ଯୁବକ କାଳିଆ ଫର୍ମ କୁ ବାଇକ ରେ ବୁଲି ଗୋଟାକ 50ଟଙ୍କାରେ ବିକ୍ରି କରିଥିଲେ ଯାହାର ଭିଡିଓ ଭାଇରଲ ହେବା ପରେ ଗଣମାଧ୍ୟମ ରେ ମଧ୍ୟ ଏହି ଘଟଣା ପ୍ରକାଶିତ ହେଇଥିଲା I ତେବେ ଏନେଇ ସ୍ଥାନୀୟ ବିଡିଓ ମହେଶ ଚୌଧୁରୀ ଗତକାଲି ଖଇରା ଥାନାରେ ଲିଖିତ ଏତଲା ଦେବା ପରେ ଅକ୍ଷୟ ଙ୍କ

ନାମରେ ୮/୧୯ ରେ ମାମଲା ରୁଜୁ ହେଇ ତଦନ୍ତ ଚାଲୁଚି ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ବି. ଯୁଗଳ କିଶୋର କୁମାର ଦୃଢ ପ୍ରତିଶୃତି ଦେଇଛନ୍ତି Iକାଳିଆ ଯୋଜନା ଫର୍ମ ସମ୍ପୂର୍ଣ୍ଣ ମାଗଣା ଅଟେ ଯାହାକି ପଞ୍ଚାୟତ ଅଫିସ ରେ ମିଳିପାରିବ ଯଦି କୌଣସି ବ୍ୟକ୍ତି ଅସାଧୁ ଉପାୟରେ ଫର୍ମ ବିକ୍ରି କରନ୍ତି ତେବେ ତୁରନ୍ତ ନିକଟ ବିଡ଼ିଓ ,ତହସିଲଦାର କିମ୍ବା ଥାନାରେ ଜଣାନ୍ତୁ I

ଏହା ଆଇନତଃ ଅପରାଧ ଅଟେ I ତେବେ କାଳିଆ ଯୋଜନା ଫର୍ମ ସଂଗ୍ରହ ଏବଂ ଆବେଦନ ଶେଷ ତାରିଖ 10ଥିବାବେଳେ ଚାଷୀଙ୍କ ସମସ୍ୟା ଏବଂ ଭିଡ଼ କୁ ଉପଲବ୍ଧ କରି ମୁଖ୍ୟମନ୍ତ୍ରୀ ଏହାକୁ ଆଗାମୀ ୧୫ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି

Leave a Reply

Your email address will not be published. Required fields are marked *