ସରିଯିବ ମହାରଥୀ ଙ୍କ ରାଜନୀତି ,ବିଜେଡି ରୁ ପିପିଲି ରେ ଦେଖାଦେବେ ନୂଆ ମୁଁହ I

ନିଜ ଅମାନିଆ ତୁଣ୍ଡ ପାଇଁ ଯେ କେତେ ମୂଲ୍ୟ ଦେବାକୁ ପଡେ ତାହାର ଉଦାହରଣ ହେଉଛନ୍ତି ବିଜେଡି ର ପୂର୍ବତନ ବଳିଷ୍ଠ ନେତା ଦାମୋଦର ରାଉତ I ବିଜେଡି ଦଳର ପାୱାରଫୁଲ ନେତା ଭାବେ ପରିଗଣିତ ହେଉଥିବା ଏହି ନେତାଙ୍କୁ ଶେଷରେ ନିଜ ଅମାନିଆ ତୁଣ୍ଡ ପାଇଁ ଦଳ ଏବଂ ମନ୍ତ୍ରୀପଦ ହରେଇବାକୁ ପଡିଥିଲା Iସେହିଭଳି ଭାବରେ ମହାରଥୀ ଙ୍କର ନିଜ ତୁଣ୍ଡ ପାଇଁ ମନ୍ତ୍ରୀପଦ ଯାଇଛି I ନିଜର ନାଟକୀୟ ବୟାନ ପାଇଁ ସବୁବେଳେ ଚର୍ଚିତ ଥିବା ମହାରଥୀ ଙ୍କୁ ଯେ ମନ୍ତ୍ରୀପଦ ହରାଇବାକୁ ପଡିପାରେ ଏକଥା କଣ ସେ ଭାବିଥିଲେ I

କହୁ କହୁ ବେବିନା ଘଟଣାରେ ଅଭିଯୋଗ କାରୀଙ୍କ ନିର୍ଦୋଷ ରେ ଖଲାସ କୁ କହିଦେଇଥିଲେ ଯେ ପୀଡିତା ଙ୍କୁ ନ୍ୟାୟ ମିଳିଛି ଯାହାକୁ ନେଇ ତୁମୁଳ କାଣ୍ଡ ହେବା ସହିତ ତାଙ୍କ ବାସଭବନ କୁ ଘେରାଓ କରିଥିଲେ ବିରୋଧୀ ଏପରିକି ଅଣ୍ଡା ସହିତ ଛାଞ୍ଚୁଣି ମାଡ ମଧ୍ୟ କରିଥିଲେ I ମହାରଥୀ ଙ୍କ ପାଇଁ ବିଜେଡି ସଙ୍କଟ ରେ ପଡିଥିଲା ଫଳରେ ବାଧ୍ୟ ହେଇ ନିଜ ମନ୍ତ୍ରୀପଦ ରୁ ଇସ୍ତଫା ଦେଇଥିଲେ ମହାରଥୀ I ତେବେ ମହାରଥୀ ଙ୍କ ଏହା ପ୍ରଥମ ଡାଇଲଗ ନୁହେଁ ପୂର୍ବରୁ ମଧ୍ୟ ବିଧାୟିକା ଙ୍କ ଘିଅ କାଢ଼ିଦେବା ହେଉ କିମ୍ବା 30ହଜାର ମହିଳାଙ୍କ 60ହଜାର ସ୍ୱାମୀ ପରି ଅନେକ ବୟାନ ଦଳକୁ ଅସୁବିଧାରେ ପକାଇଛି Iସବୁବେଳେ ବିବାଦୀୟ ବୟାନ ଦେଇ ଦଳକୁ ଅଡୁଆ ରେ ପକାଉଥିବା ମହାରଥୀ ଙ୍କୁ ଲଗାମ ଦେବIକୁ ବିଜେଡି ଆପଣେଇପାରେ ନୂଆ ପ୍ଲାନ I ଚର୍ଚ୍ଚା ଚାଲିଛି କି ବିଜେଡି ତରଫରୁ ଆଗାମୀ ନିର୍ବାଚନ ରେ ମହାରଥୀ ଙ୍କୁ ଆଉ ଟିକେଟ ଦିଆନଯିବା ପାଇଁ ଚାଲିଛି ଯୋଜନା I I

କିନ୍ତୁ ପିପିଲି ରେ ତାଙ୍କ ବିକଳ୍ପ ହିଁ ନାହିଁ ,ପିପିଲି ରେ କେବଳ ଗୋଟିଏ ନେତାଙ୍କ ଲୋକପ୍ରିୟ ଅଛି ଯିଏକି ମହାରଥୀ I ତେଣୁ ମହାରଥୀ ଙ୍କୁ ହରେଇ ବିଜେଡି ସଙ୍କଟ ରେ ପଡ଼ିବାକୁ ଚାଁହୁନାହିଁ ସେଥିପାଇଁ ଦଳର ଅସ୍ତ୍ର ହେବେ ଜୁନିଅର ମହାରଥୀ I

ମାନେ ମହାରଥୀ ଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ I ଫଳରେ ମହାରଥୀ ଙ୍କ ଅମାନିଆ ତୁଣ୍ଡ ପାଇଁ ଆଉ ଦଳକୁ କ୍ଷତି ସହିବାକୁ ପଡ଼ିବନାହିଁ କିମ୍ବା ପିପିଲି ରେ ଦଳ କ୍ଷତି ହେବ ନାହିଁ I ବାପାଙ୍କ ବଦଳରେ ପୁଅ ଆସିବେ ନିର୍ବାଚନ କୁ I ଯୁବ ନେତା ଭାବରେ ପୁଅଙ୍କ ଏଣ୍ଟ୍ରି କୁ ମଧ୍ୟ ବାପା ହିସାବରେ ସମର୍ଥନ ଦେବାକୁ ବାଧ୍ୟ ହେବେ ମହାରଥୀ I

ଅର୍ଥାତ ଗୋଟାଏ ଗୁଳି ରେ ଦୁଇଟି ଶିକାର I ମହାରଥୀ ଙ୍କ ପୁଅ ରୁଦ୍ର ମଧ୍ୟ ରାଜନୀତି ପାଇଁ ନୂଆ ନୁହନ୍ତି ଅନେକ ସମୟରେ ବିଜେଡି ର ଯୋଜନା କୁ ରୁଦ୍ର ନିଜ ସୋସିଆଲ ଆକାଉଣ୍ଟସ ରେ ପ୍ରସଂଶା କରିବାର ନଜିର ରହିଛି I

ବିଜେଡି ର ବିଭିର୍ଣ୍ଣ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛଭାରତ ଅଭିଯାନ ,ରକ୍ତଦାନ ଶିବିର ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା I ଶୁଣାଯାଉଛି ପିପିଲି ଡେଲାଙ୍ଗ ଯୁବ ଗୋଷ୍ଠୀ ଙ୍କର ସବୁଠୁ ଅତି ନିକଟରେ ପହଂଚିପାରିଛନ୍ତି ଜୁନିଅର ମହାରଥୀ I

Leave a Reply

Your email address will not be published. Required fields are marked *