ଢେଙ୍କାନାଳ ରେ ଲୋକସଭା ଆସନ ପାଇଁ ଲଢେଇ ହେବ ଜୋରଦାର, କିଏ ଜିତିବ ?

ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ I ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାଥୀତ୍ୱ ନେଇ ସେତିକି ଜୋର ଚର୍ଚା ଧରୁଛି Iତେବେ ରାଜ୍ୟ ରାଜନୀତି ରେ ଢେଙ୍କାନାଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି I ଏବେ ଢେଙ୍କାନାଳ ର ଲୋକସଭା ଆସନ କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି I ଆଗାମୀ ନିର୍ବାଚନ ରେ ଢେଙ୍କାନାଳ ରେ ଦେଖିବାକୁ ମିଳିବ କଡା ଟକ୍କର Iଲୋକସଭା ପାଇଁ ବହୁ ହେଭି ୱେଟ ନେତାଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ I ୨୦୦୪ରୁ ତଥାଗତ ଶତପଥୀ ଲଗାତାର ଏହି ଅଞ୍ଚଳରୁ ନିର୍ବାଚନ ଜିତୁଥିବା ବେଳେ ଆସନ ଟି ସମ୍ପୂର୍ଣ୍ଣ ଭାବରେ ବିଜେଡି ଦଖଲ ରେ ରହିଛି I

ତେବେ ତଥାଗତ ଙ୍କ ପୂର୍ବରୁ ୨୦୦୦ ମସିହା ରେ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓ ଏଠାରୁ ଜିତିଥିଲେ Iୟା ମଧ୍ୟରେ ନିର୍ବାଚନ ଲଢ଼ିବାକୁ ମନା କରୁଥିବା ସିଂହଦେଓ 2019 ପାଇଁ ନିର୍ବାଚନ ଲଢ଼ିବେ I

ଢେଙ୍କାନାଳ ରେ ସିଂହଦେଓ ଙ୍କ ଲୋକପ୍ରିୟ ଯଥେଷ୍ଟ ରହିଛି Iକିନ୍ତୁ ଦଳୀୟ ସଂଘଠନ ସେତେ ଭଲ ନାହିଁ I ବିଜେପି ରୁ ମଧ୍ୟ ରୁଦ୍ର ପାଣି ଲଢ଼ିବାକୁ ଆଶାୟୀ I ରୁଦ୍ରଙ୍କର ମଧ୍ୟ ନିଜସ୍ୱ ସଂଘଠନ ସୁଦୃଢ ଥିବାବେଳେ ବିଜେପି ପ୍ରତି ଲୋକଙ୍କ ହାୱା ତାଙ୍କୁ ଫାଇଦା ଦେବ ବୋଲି ଚର୍ଚା ଧରିଛି । ୨୦୦୯ ଓ ୨୦୧୪ ରେ ତଥାଗତଙ୍କୁ କଡ଼ା ଟକ୍କର ଦେଇଥିଲେ ରୁଦ୍ର I

ବର୍ତମାନ ତ ବିଜେପି ସପକ୍ଷରେ ହାୱା ତାଙ୍କୁ ଅଧିକ ଫାଇଦା ଦେଇପାରେ I ତେବେ ବିଜେଡି ରେ ଲାଗିରହିଛି ଦଳୀୟ କନ୍ଦଳ I ତଥାଗତ ଙ୍କ ଗଡ଼ ଭାବେ ପରିଚିତ ଥିଲେ ମଧ୍ୟ ଏଥର ଏହି ଆସନ ଉପରେ ନଜର ପକାଇଛନ୍ତି କଂଗ୍ରେସ ରୁ ଆସି ବିଜେଡି ରେ ମିଶିଥିବା ସୁଧୀର ସାମଲ I କାମାକ୍ଷା ନଗର ବିଧାୟକ ତଥା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଏହି ଆସନରୁ ଲଢ଼ିବାକୁ ଇଛୁକ I

ନିଜ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ପାଇଁ ପ୍ରବଳ ଜନ ଅସନ୍ତୋଷ ରହିଥିଵାରୂ ଲୋକସଭା ପାଇଁ ଲଢ଼ିବାକୁ ଚାଁହୁଛନ୍ତି ପ୍ରଫୁଲ୍ଲ I ଅପରପକ୍ଷରେ ସବୁଠୁ ଚର୍ଚ୍ଚା ରେ ଅଛନ୍ତି ବୈଜୟନ୍ତ I ବିଜେଡି ଛାଡିବା ପରେ ନିଜର ଏକ ସୁରକ୍ଷିତ ଜାଗା ଖୋଜୁଛନ୍ତି ବୈଜୟନ୍ତ I ତେବେ ଢେଙ୍କାନାଳ ଉପରେ ବୈଜୟନ୍ତ ଙ୍କ ନଜର ରହିଛି I ବାରମ୍ବାର ଚା ଖଟି ହେଇଯାଉ ପ୍ରୋଗ୍ରାମ କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବେଳେ ବୈଜୟନ୍ତ ଙ୍କ ଏକାନ୍ତ ଅନୁଗତ ନବୀନ ନନ୍ଦ ଙ୍କ ସହ ଅଧିକାଂଶ ସମାବେଶରେ ଦେଖିବାକୁ ମିଳୁଛି

ଫଳରେ ଢେଙ୍କାନାଳ ରେ ବୈଜୟନ୍ତ ଙ୍କ ପ୍ରତି ଲୋକପ୍ରିୟତା ବଢ଼ିବାରେ ଲାଗିଛି I ଅବଶ୍ୟ ଏନେଇ ବୈଜୟନ୍ତ ସ୍ପଷ୍ଟ କରିନଥିଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପ ରୁ ଜଣାପଡୁଛି I ତେବେ ଏତିକି କହିହେବଯେ ଆଗାମୀ ନିର୍ବାଚନ ଲଢେଇ ପୁରା ଜୋରଦାର ହେବ I

Leave a Reply

Your email address will not be published. Required fields are marked *