1.ଆଟେଣ୍ଡାନ୍ସ :ଜାପାନର ଯଦି କୌଣସି ପିଲା ସ୍କୁଲରେ ଏକ ସପ୍ତାହରେ ଦୁଇରୁ ଅଧିକ ଥର ବିଳମ୍ବରେ ପହଁଚିଲା ତ ତାକୁ ଦଣ୍ଡ ଦିଆଯାଏ I ଦଣ୍ଡ ହେଊଛିଯେ ତାକୁ ତା ପରଦିନ ଜଲ୍ଦି ସ୍କୁଲ ଯାଇ ସବୁ ଓଳାଉଳି କରିବାକୁ ପଡିବ I
2.ଶୁଭେଚ୍ଛା ::ଯଦି ଆପଣ ଡୋରେମନ ପିକ୍ଚର ଦେଖିଥିବେ ତ ସେଥିରେ ଦେଖିଥିବେ ସ୍କୁଲ ଆରମ୍ଭ ହେବା ପୂର୍ବରୁ ଓ ସ୍କୁଲ ସରିଲା ପରେ ଟିଚର ମାନଙ୍କୁ ଅଭିନନ୍ଦନ କରାଯାଏ ଏହା ଏଥିପାଇଁ କରାଯାଏକି ବଡମାନଙ୍କୁ ଇଜ୍ଜତ ଦେବା ଜାପାନର ସଂସ୍କୃତି ର ଏକ ଅଂଶ I3.ଲଞ୍ଚ:ଲଞ୍ଚ ସମୟରେ କିଛି ପିଲା ଯାଇ କ୍ୟାଣ୍ଟିନିରୁ ଖାଦ୍ୟ ଓ ପ୍ଲେଟ କ୍ଳାସ ରୁମୁକୁ ଆଣିଥାନ୍ତି ପ୍ରତେକ ପିଲା ନିଜ ଇଛା ଅନୁସାରେ ଖାଦ୍ୟ ନିଅନ୍ତି ଓ ତାକୁ ପୁରା ଶେଷ କରନ୍ତି I ଖାଇସାରିଲାପରେ ପ୍ରତେକ ପିଲା ବ୍ରସ କରିଥାନ୍ତି ଓ ପ୍ରତେକ ପିଲା ନିଜ ବ୍ୟାଗରେ ବହି ଖାତା ସହିତ ବ୍ରସ ଆଣିଥାନ୍ତି I
4.ୟୁନିଫର୍ମ:
ଆମ ଦେଶରେ ୟୂନିଫମକୁ ଅଲଗା ଅଲଗା ଷ୍ଟାଇଲିରେ ଡିଜାଇନ କରି ପିନ୍ଧାଯାଉଛି କିନ୍ତୁ ଜାପାନରେ ଏହି ବିଷୟରେ କଡା ନିୟମ ରହିଛି ୟୂନିଫରମକୁ କେମିତି ତିଆରି କରାଯିବ ଆଉ କେମିତି ପିନ୍ଧାଯିବା ଇତ୍ୟାଦି ଯଦି କୌଣସି ପିଲା ଏହି ନିୟମକୁ ପାଳନ ନକଲା ତାକୁ ଦଣ୍ଡ ମିଳିବା ସୁନିଶ୍ଚିତ I 5.ସ୍ୱଇମିଙ୍ଗ /ପଂହରା :ଜାପାନରେ ସ୍ୱଇମିଙ୍ଗ ଏକ ବିଷୟ ଅଟେ ପ୍ରତେକ ସ୍କୁଲରେ ସ୍ୱଇମିଙ୍ଗ ପୁଲ ଥାଏ ଯେଉଁଠି ପିଲାମାନେ ଅଭ୍ୟାସ କରନ୍ତି ଏବଂ ଏଠାରେ ସ୍ୱଇମିଙ୍ଗର ପରୀକ୍ଷା ମଧ୍ୟ ଦେବାକୁ ପଡେ I ଯେଉଁ ପିଲା ପରୀକ୍ଷାରେ ଫେଲ ହୋଇଯାଏ ତାକୁ ଖରାଦିନ ଛୁଟି ମିଳେନାହିଁ I
6.ଆବାସିକ ବିଦ୍ୟାଳୟ :ସ୍କୁଲର ପିଲାମାନେ ରାତି 10ରୁ ସକାଳ 6ଟା ପର୍ଯ୍ୟନ୍ତ ବାହାରକୁ ନଯିବାର ନିୟମ ଅଛି ଓ ଏହି ସମୟରେ ପିଲାମାନେ ନିଜ ସାଙ୍ଗ ଘରକୁ ମଧ୍ୟ ଯାଇପାରିବେ ନାହିଁ ଯଦି କୌଣସି ପିଲା ରାତି 10 ଟା ପରେ ବାହାରେ ବୁଲୁଥିବାର ଦେଖାଯାଏ ତାହେଲେ ତାକୁ ଦଣ୍ଡ ଦିଆଯାଏ I