ଓଡ଼ିଶାର ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ସେସୁ ର ଘରୋଇକରଣ ହେଇସାରିଥିବା ବେଳେ 25ବର୍ଷ ପାଇଁ ଟାଟା ହାତକୁ ଯାଇଛି ସେସୁ I ଏନେଇ ବିଧିବଦ୍ଧ ଭାବରେ ଘୋଷଣା ସରିଥିବା ବେଳେ ଅନିର୍ଚ୍ଚିତତା ଭିତରେ ସେସୁ କର୍ମଚାରୀ ଏବଂ ଫ୍ରାଞ୍ଚାଇଜ ରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ I ସେସୁ ଅଧୀନ ରେ କାର୍ଯ୍ୟ କରୁଥିବା 3ଟି ଫ୍ରାଞ୍ଚାଇନ ଯଥା ଫେଡ଼କୋ ,ଏଂଜେନ ଏବଂ ବିଦା ହେଇଥିବା RUPL ,SUPL ରେ ପାଖାପାଖି 7000 ଠିକା କର୍ମଚାରୀ ଅଛନ୍ତି I ଯେଉଁମାନଙ୍କ ଭିତରୁ ଅଧିକାଂଶ ବିଦ୍ୟୁତ ବିଭାଗ ରେ 15ବର୍ଷ ରୁ ଉର୍ଧ କେବଳ ଠିକା ରେ କାର୍ଯ୍ୟ କରିସାରିଲେଣି I
ଯଦିଓ ଭୁଶୁଡି ପଡିଥିବା ସେସୁ ରେ ଟାଟା କୁ ସ୍ୱାଗତ କରାଯାଉଛି ତେବେ ଏହି ଫ୍ରାଞ୍ଚାଇଜ ରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କ ଭବିଷ୍ୟତ କଣ ? ଏନେଇ କୌଣସି ନିଷ୍ପତି ନିଆଯାଇନଥିବା ବେଳେ ଟାଟା ଏବେ ଓଡିଶା ପାଇଁ ଟେଣ୍ଡର ଡାକିବା ଆରମ୍ଭ କଲାଣି I ବିଭିର୍ଣ୍ଣ କାର୍ଯ୍ୟ ଯଥା କେବୁଲ ଯୋଗାଣ ,ମିଟର ଯୋଗାଣ ,ବାର୍ଷିକ ମରାମତି ପାଇଁ ଟେଣ୍ଡର ଡାକିଛି ଟାଟା I
ଯାହାକୁ ନେଇ ଶ୍ରମିକ ମହଲ ରେ ଅନିର୍ଚ୍ଚିତତା ଦେଖାଯାଇଛି ,ଦୀର୍ଘ ଦିନ ଧରି ବିଦ୍ୟୁତ ବିଭାଗ ରେ ଠିକା ଭାବରେ କାର୍ଯ୍ୟ କରି ମଧ୍ୟ କଣ ହେବ ସେମାନଙ୍କ ଭବିଷ୍ୟତ ? ପୁଣି କଣ 25ବର୍ଷ ପାଇଁ ଆଉଥରେ ଠିକା ବା ବେଠି ଖଟିବେ ଟାଟା ଅଧୀନ ରେ ?? ଉଭୟ ସେସୁ ଏବଂ ଟାଟା କର୍ତ୍ତୃପକ୍ଷ ଏହାକୁ ଗୁରୁତର ଭାବରେ ନେଇ ପ୍ରଥମେ ଶ୍ରମିକ ମାନଙ୍କ ଚାକିରୀ ସର୍ତାବଳୀ ସ୍ଥାୟୀ ନକଲେ ହୁଏତ ଆଗକୁ ବହୁତ ବଡ ସମସ୍ୟା ସୃଷ୍ଟି ହେଇପାରେ I
Nice