ଦିନେ ସେ ଥିଲେ ଆଲବମ ଅଭିନେତ୍ରୀ I ରିଙ୍କି ଓରଫ ପ୍ରତିଭା ମହାରଣା , କିନ୍ତୁ କରୋନା ମହାମାରୀ ରେ ତାଲାବନ୍ଦ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡି ଯାଇଥିଲା I ଶହେରୁ ଉର୍ଦ୍ଧ ଆଲବମ୍ ଓ ବଡ ବଡ ଯାତ୍ରା ପାର୍ଟିରେ କାମ କରିଥିବା ଅଭିନେତ୍ରୀ ରିଙ୍କି ଶେଷରେ ନିଜ ପରିବାର ବୋଝ ମୁଣ୍ଡାଇବାକୁ ରାସ୍ତା କଡରେ ଫଳ ବିକିବାକୁ ବାଧ୍ୟ ହେଇଥିଲେ i ତୋ’ର ଚକଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁ…ଭଳି ହିଟ୍ ଆଲବମରେ ସମସ୍ତଙ୍କ ମନକୁ ଛୁଇଁ ଯାଇଥିବା ରିଙ୍କି ଯେ ରାସ୍ତା କଡରେ ଫଳ ବିକିବାକୁ ପଡିବ କିଏ ଭାବିଥିଲା ,ଟିଭି ଚାନେଲ ରେ ଖବର ପ୍ରକାଶ ପରେ ଘଟଣା ଟି ସମସ୍ତଙ୍କ ନଜର କୁ ଆସିଥିଲା I
ଏପରିକି ସବ୍ୟସାଚୀ ଙ୍କ ସହିତ ଅନେକ ଆଲବମ କରିଥିଲେ ରିଙ୍କି ,ତାଙ୍କର ଏ ଦୁଃଖ ସମୟରେ ସବ୍ୟସାଚୀ ରିଙ୍କି ଙ୍କ ସହିତ ଛିଡା ହେଇଥିଲେ I ଯଥାସମ୍ଭବ ସହାୟତା କରିଥିଲେ ସବ୍ୟସାଚୀ I ଗଣମାଧ୍ୟମ ରେ ରିଙ୍କି ଙ୍କ ଖବର ପ୍ରକାଶ ପରେ ସତ୍ୟବ୍ରତ ନାୟକ ନାମକ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଏକ ଟ୍ୱିଟ୍ କରି କହିଥିଲେ କି ଓଟିଭି ରିଙ୍କି ଙ୍କ ଖବର ପ୍ରସାରଣ କଲା ,ତରଙ୍ଗ ତାଙ୍କୁ ସୁଯୋଗ ଦେଉ ,ଏହାର ପ୍ରତିଜଵାବ ରେ ଜଗି ପଣ୍ଡା ନିହାତି ଦିଆଯିବ କହି ପ୍ରତିଶୃତି ଦେଇଥିଲେ I ତେବେ ଏହାର ମାତ୍ର 10ଦିନ ଭିତରେ ରିଙ୍କି ପରଦା କୁ ଫେରିଛନ୍ତି I
ପୁଣି ମୁଂହ ରେ ରଙ୍ଗ ବୋଲି ଦର୍ଶକ ଙ୍କ ପାଖକୁ ଆସିଛନ୍ତି ଧାରାବାହିକ ରେ I ଏହାର ଏକ ଭିଡିଓ କ୍ଲିପ୍କୁ ଜଗି ସୋସିଆଲ ମିଡିଆରେ ଛାଡି ପଚାରିଛନ୍ତି କି ତରଙ୍ଗ ର ଧାରାବାହିକ ରେ ଏହି ମହିଳା ଙ୍କୁ ଚିହ୍ନିଲେ ଦେଖି ,ୟେ କିଏ ? ଯିଏକି କିଛିଦିନ ଧରି ଖବର ରେ ରହି ଆସିଥିଲେ I ଜଗି ଏବଂ ତରଙ୍ଗ ର ଏଭଳି ଉଦ୍ୟମ କୁ ସବୁ ମହଲ ରେ ପ୍ରସଂଶା କରାଯାଇଛି I ଏପରିକି ଟ୍ୱିଟ କରିଥିବା ସତ୍ୟବ୍ରତ କହିଛନ୍ତି କି ଆପଣ କଥା ଦେଇ ନିଜ କଥା ମାତ୍ର 10ଦିନ ଭିତରେ ରଖିଛନ୍ତି I ଓଡିଶା ପାଇଁ ଆପଣ ଗର୍ବ ଏବଂ ଗୌରବ I