କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା I ଜଣେ ଯୁବତୀ କୁ ଜୋର ଜବରଦସ୍ତ ଟେକିନେଇ ମଦ ପିଆଇ ଗଣ ଧର୍ଷଣ କରାଯାଇଛି ଏବଂ ପରେ ଭିଡିଓ କୁ ସୋସିଆଲ ମିଡିଆରେ ରେ ଭାଇରଲ କରିଛି ଅଭିଯୁକ୍ତ I
ଖବର ରୁ ଜଣାପଡିଛି ଗତ ୩୧ ତାରିଖ ସନ୍ଧ୍ୟାରେ ସମ୍ପୃକ୍ତା ଯୁବତୀ ଜଣଙ୍କ ଶନି ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ଭତ୍ରାଗୁଡା ଗ୍ରାମର ଚିତ୍ତରଞ୍ଜନ ଗୁରୁ ସାଙ୍ଗ ମାନଙ୍କ ସହିତ ମିଶି ଯୁବତୀ କୁ ପାଖ ଜଙ୍ଗଲ କୁ ଟେକି ନେଇଯାଇଥିଲେ ଏବଂ ଲଗାତାର ଧର୍ଷଣ କରିଥିଲେ ଏବଂ ଧର୍ଷଣ ର ଭିଡିଓ ଶୁଟିଙ୍ଗ୍ କରିଥିଲେ। ଘଟଣା ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବା କୁ ଧମକ ଦେଇଥିଲେ ,ଯାହାଫଳରେ ଯୁବତୀ ଚୁପ ରହିଥିଲେ I କିନ୍ତୁ ପରେ ଯୁବତୀ ଜଣଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ବାଧ୍ୟ ହୋଇ ଶୁକ୍ରବାର ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା I ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଜୁନାଗଡ ଆଇଆଇସି ରାଜେନ୍ଦ୍ର କୁମାର ଦେହୁରୀ ସୂଚନା ଦେଇଛନ୍ତି I