କ୍ଷତି ରେ ଚାଲୁଥିବା ରାଷ୍ଟ୍ରାୟତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ କୁ ୪ ଭାଗ ରେ ବିଭକ୍ତ କରି ପୁଞ୍ଜି ନିବେଶ କରିବେ।
ପ୍ରତି କମ୍ପାନୀ ର ୫୧ ପ୍ରତିଶତ ଅଂଶଧନ ବିକ୍ରି କରାଯିବ।
କାର୍ଯ୍ୟ ଅନୁସାରେ ଏହାକୁ ୪ ଭାଗ କରାଯିବ।
ମୁଖ୍ୟ ବିମାନ ସେବା ବ୍ୟବସାୟ କୁ ଗୋଟିଏ ୟୁନିଟ୍, ଆଞ୍ଚଳିକ ସେବାକୁ ଆଉ ଏକ ୟୁନିଟ୍ ତଥା ଗ୍ରାଉଣ୍ଡ ହ୍ୟାଣ୍ଡ ଲିଂ ଓ ଇଞ୍ଜିିୟରିଙ୍ଗ୍ ଆପରେସନ କୁ ମଧ୍ୟ ଗୋଟିଏ ଲେଖା ୟୁନିଟ୍ କରା ଯିବ।
୨୦୧୮ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ ହେବ।
ଗତ ବର୍ଷ ଜୁନ କେନ୍ଦ୍ର କ୍ୟାବିନେଟ୍ ଏୟାର ଇଣ୍ଡିଆ ର ଘରୋଇକରଣ ପ୍ରସ୍ତାବ କୁ ନୀତିଗତ ମଞ୍ଜୁରୀ ଦେଇଥିଲା।