କୁନ୍ଦୁଲି ପୀଡ଼ିତାଙ୍କ ଫୋରେନ୍‌ସିକ୍ ରିପୋର୍ଟ ତ୍ରୁଟି ର  ହେବ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ : ନିର୍ଦେଶ ଦେଲେ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା

ନ୍ୟାୟ ନପାଇ ଜୀବନ ହାରିଦେଲେ କୁନ୍ଦୁଲି ପୀଡିତା ସସ୍ମିତା ହେଲେ ମୃତ୍ୟୁ ପରେ ବି ତାଙ୍କୁ କରାଗଲା ବଦନାମ   , ପୀଡ଼ିତାଙ୍କ ଫୋରେନ୍‌ସିକ୍ ରିପୋର୍ଟ କୁ ଭିର୍ଣ୍ଣ ଢଙ୍ଗରେ ଉପସ୍ଥାପନ କରାଗଲା ଯାହାକୁ ନେଇ ବହୁ ତୁମ୍ବିତୁଫାନ ପରେ  ରିପୋର୍ଟ ରେ ଥିବା  ତ୍ରୁଟି ପାଇଁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ  ଦେଇଛନ୍ତି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା   I 

 ସୂଚନା ଥାଉ କି କୁନ୍ଦୁଲି  ପୀଡ଼ିତାଙ୍କ ଅନ୍ତର୍ବସ୍ତ୍ରର ଫରେନ୍‌ସିକ ପରୀକ୍ଷା ପାଇଁ ଜୟପୁର ଏସଡିଜେଏମ୍‌ଙ୍କ ଅନୁମତି କ୍ରମେ ଭୁବନେଶ୍ବର ପରୀକ୍ଷାଗାରକୁ ପଠାଯାଇଥିଲା। ଅନ୍ତର୍ବସ୍ତ୍ର ପରୀକ୍ଷାର ପ୍ରାରମ୍ଭିକ ରିପୋର୍ଟ ପ୍ରସ୍ତୁତ କରିଥିଲେ ଡାକ୍ତର ଏ.କେ.ସ୍ବାଇଁ, ଏଥିରେ ଦୁଇଟି ପୁରୁଷର ବୀର୍ଯ୍ୟ ଥିବା ସେ ସୂଚାଇଥିଲେ। ଏହି ପ୍ରାରମ୍ଭିକ ରିପୋର୍ଟରେ ଗୋଟିଏ ଏ ଗ୍ରୁପ୍‌ ଓ ଅନ୍ୟଟି ବି ଗ୍ରୁପ୍‌ ରକ୍ତର ବୋଲି ପ୍ରାରମ୍ଭିକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଆଧାରରେ ଚୂଡ଼ାନ୍ତ ରିପୋର୍ଟ କୋର୍ଟକୁ ଦିଆଯାଇଥାଏ। ମାତ୍ର ପ୍ରାରମ୍ଭିକ ରିପୋର୍ଟ ପ୍ରଘଟ ହେବା ପରେ ଭୁବନେଶ୍ବର ପରୀକ୍ଷାଗାରର କିଛି ଅଧିକାରୀ ଏହାକୁ ବଦଳାଇ ଦେଇଥିବାର ଅଭିଯୋଗ ଉଠିଛି। ଏହି ସଂସ୍ଥାର ବିଶ୍ବସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏସ୍‌ପି ଓ ଡିଜିଙ୍କୁ ସୁହାଇଲା ଭଳି ରିପୋର୍ଟ ତିଆରି ହୋଇଛି। ଜଣେ ପୂର୍ବତନ ଫରେନ୍‌ସିକ ବିଶେଷଞ ସ୍ପଷ୍ଟ କରିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟ ଆଧାରରେ ହିଁ ଚୂଡ଼ାନ୍ତ ରିପୋର୍ଟ ହେବା କଥା। ଏଠାରେ ପ୍ରାରମ୍ଭିକ ରିପୋର୍ଟ ଓ ଚୂଡ଼ାନ୍ତ ରିପୋର୍ଟ କିଭଳି ଭିନ୍ନ ଭିନ୍ନ ହେଲା ବୋଲି  ବିଭିର୍ଣ୍ଣ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଅଭିଯୋଗ ଉଠିଥିଲା   ଯାହାକୁ ଆଖି ଆଗରେ ରଖି  ବୋଲି କୁନ୍ଦୁଲି ପୀଡ଼ିତାଙ୍କ ଫୋରେନ୍‌ସିକ୍ ରିପୋର୍ଟରେ ତ୍ରୁଟି ଅଭିଯୋଗ ପ୍ରସଙ୍ଗରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *