ମୁକୁଳା ଟ୍ରାନ୍ସଫର୍ମର ଯୋଗୁଁ ଠେଲା ଦୋକାନୀ  ଙ୍କ ବିଦ୍ୟୁତ ଆଘାତ ରେ  ମୃତ୍ୟୁ

ବଲାଙ୍ଗିର:  ୱେସ୍କୋ ର ଅବହେଳା ପାଇଁ   ବଲାଙ୍ଗିରରେ ଆଜି ଏକ ନିରୀହ ଜୀବନ ଚାଲିଯାଇଛି I  ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଫାଟକ ପାଖରେ ଥିବା ଟ୍ରାନ୍ସଫର୍ମର ଟି ବହୁଦିନ ଧରି ମୁକୁଳା ଥିବା ବେଳେ ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଠେଲା ଦୋକାନୀ   ଶଙ୍କର୍ଷଣ ଯୋଶୀ ଙ୍କ ବିଦ୍ୟୁତ ଆଘାତ ରେ  ଜୀବନ ଚାଲିଯାଇଛି  I 


  ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଛକରେ ଠେଲା ଦୋକାନ ଦେଇଥିବା  ଶଙ୍କର୍ଷଣ ଯୋଶୀ  ପାଣି ଆଣି ଆସୁଥିବାବେଳେ ପାଣି ଡ୍ରମ ଟି ହାତରୁ ଖସି ଯାଇଥିଲା ଏବଂ ନିକଟରେ ଥିବା ମୁକୁଳା ଟ୍ରାନ୍ସଫର୍ମର ରେ ପାଣି ଛିଟିକି ପଡିଥିଲା ଏବଂ ଶ୍ରୀ ଯୋଶୀ   ବିଦ୍ୟୁତ ଆଘାତରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ I  ସ୍ଥାନୀୟ ଅଂଚଳରେ ବିଦ୍ୟୁତ ବିଭାଗର ଅବହେଳା କୁ ନେଇ ଚାପା  ଉତ୍ତେଜନା ସୃଷ୍ଟି ହେଇଛି I  ଟାଉନ ଥାନା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି

Leave a Reply

Your email address will not be published. Required fields are marked *