​ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ପଦ ରଦ୍ଦ

ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟ, ଯୋଗେଶଙ୍କ ବିଧାୟକ ପଦ ରଦ୍ଦ କରି ଦେଇଛନ୍ତି । ୨୦୧୪ ନିର୍ବାଚନ ବେଳେ ଯୋଗେଶ, ସତ୍ୟପାଠରେ ଜାତିକୁ ନେଇ ମିଥ୍ୟା ତଥ୍ୟ ଦେଇଥିଲେ । ଏନେଇ ବିଜେପି ପ୍ରାର୍ଥୀ ସହଦେବ ଖାଖା ଏବଂ ସୁନ୍ଦରଗଡ଼ର ଜଣେ ଭୋଟର୍ କୋର୍ଟରେ ମାମଲା ରୁଜୁ କରିଥିଲେ । ଉଭୟ ମାମଲାର ଶୁଣାଣି କରି ହାଇକୋର୍ଟ, ଯୋଗେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *